କନକ ବ୍ୟୁରୋ: ନିଜର ରାଜନୈତିକ ଭବିଷ୍ୟତକୁ ନେଇ ଚର୍ଚ୍ଚାରେ ପୂର୍ବତନ ବିଜେଡ଼ି ସାଂସଦ ତଥାଗତ ଶତପଥୀ । ଢେଙ୍କାନାଳର ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ତଥାଗତ ଶତପଥୀ ଏକ ବଡ଼ ବୟାନ ରଖିଛନ୍ତି । କହିଛନ୍ତି, ୨୦୧୯ ମେ’ ୩୦ ତାରିଖ ପରଠାରୁ ଆଉ ସିଏ ବିଜେଡିରେ ନାହାଁନ୍ତି । ଏବେ ସେ ଜଣେ ସ୍ୱାଧୀନ ନାଗରିକ ଭାବେ ସ୍ୱାଧୀନ ଚିନ୍ତା କରିପାରିବେ । ୨୦୧୯ରେ ନିର୍ବାଚନ ଲଢିବେନି ବୋଲି ଗଣମାଧ୍ୟମରେ ଖୋଲାଖୋଲି ପ୍ରତିକ୍ରିୟା ରଖିଥିଲେ । ସେ କେଉଁ ରାଜନୈତିକ ଦଳକୁ ଯିବେ ନା ରାଜନୀତିରୁ ସନ୍ୟାସ ନେବେ ସେନେଇ କିଛି ସ୍ୱଷ୍ଠ କରିନାହାଁନ୍ତି ତଥାଗତ ।
ତଥାଗତ ଶତପଥୀଙ୍କ ବଡ଼ ବୟାନ: କହିଲେ, ମୁଁ ଆଉ ବିଜେଡିରେ ନାହିଁ
/kanak/media/post_attachments/wp-content/uploads/2022/05/19-28.jpg)