ପ୍ରଦୀପ ମାଝୀଙ୍କୁ ଟାର୍ଗେଟ କଲେ ପୂବତନ ସାଂସଦ ବଳଭଦ୍ର ମାଝୀ : ୩୦ ବର୍ଷ ହେଲା ଝରିଗାଁ ବ୍ଲକର ବିକାଶ ହୋଇନଥିବା ଦେଇଥିଲେ ମନ୍ତବ୍ୟ

158

କନକ ବ୍ୟୁରୋ :  ପ୍ରଦୀପ ମାଝୀଙ୍କୁ ଟାର୍ଗେଟ କଲେ ପୂବତନ ସାଂସଦ ବଳଭଦ୍ର ମାଝୀ । ବିକାଶ ସମ୍ପର୍କରେ ଏସଡିଏସ ଉପଦେଷ୍ଟା ଦେଇଥିବା ଉଦବୋଧନକୁ ନେଇ ବର୍ଷିଛନ୍ତି ସାଂସଦ । ଝରିଗାଁରେ ଆୟୋଜିତ ଏକ ସଭାରେ ଝରିଗାଁ ବ୍ଲକର ବିକାଶ ନେଇ କିଛି ମନ୍ତବ୍ୟ ଦେଇଥିଲେ ପ୍ରଦୀପ ମାଝୀ । ୩୦ ବର୍ଷ ହେଲା ବ୍ଳକର କୌଣସି ବିକାଶ ହୋଇନି । ପ୍ରଦୀପଙ୍କ ଏହି ମନ୍ତବ୍ୟ ସବୁଆଡେ ଭାଇରାଲ ହେବାରେ ଲାଗିଛି ।

ହେଲେ ଏହି ଉଦବୋଧନ ପଛର ରହସ୍ୟ କ’ଣ ବୋଲି ପାଲଟା ପ୍ରଶ୍ନ ଉଠାଇଛନ୍ତି ସାଂସଦ ବଳଭଦ୍ର ମାଝୀ । ଏହା କୌଣସି ଦଳୀୟ ରାଜନେତା ଉଦ୍ଦେଶ୍ୟରେ ନାଁ ନିଜ ଦୋଷ ଦୁର୍ବଳତାକୁ ଖୋଦ୍ ପ୍ରଦୀପ ସ୍ୱୀକାର କରିଛନ୍ତି ବୋଲି ପାଟଶ ଆକ୍ଷେପ କରିଛନ୍ତି ବଳଭଦ୍ର । ୩୦ ବର୍ଷ ଧରି କ୍ଷମତାରେ ଝରିଗାଁ ବ୍ଲକର ଦୁଇ ମାଝୀ ପରିବାର ରହିଛନ୍ତି । ୧୯୯୧ ମସିହାରୁ ଆଜି ସୁଦ୍ଧା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଯାଦବ ମାଝୀ ତାଙ୍କ ବଡ଼ ପୁଅ ତଥା ସାଂସଦ ରମେଶ ମାଝୀ ଓ ସାନ ପୁଅ ପ୍ରକାଶ ମାଝୀ ଏହି ବ୍ଲକରୁ ପ୍ରତିନିଧିତ୍ୱ କରି ନିର୍ବାଚିତ ହୋଇ ଆସୁଛନ୍ତି ।

ସେହିଭଳି ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝୀଙ୍କ ବଡ଼ ପୁଅ ପ୍ରଦୀପ ମାଝୀ ସାଂସଦ ଭାବେ ଓ ସାନ ପୁଅ ପଂଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଉଛନ୍ତି । ବର୍ଷ ବର୍ଷ ଧରି ଦୁଇ ପରିବାର କ୍ଷମତାରେ ରହିବା ପରେ ବି କାହିଁକି ଝରିଗାଁ ବ୍ଲକର ବିକାଶ ହୋଇପାରିଲା ନାହିଁ । ଏନେଇ ସିଧାସଳଖ ଟାର୍ଗେଟ କରିଛନ୍ତି ସାଂସଦ ବଳଭଦ୍ର ମାଝୀ । ଆଗକୁ ନିର୍ବାଚନ ସମୟରେ ଏହି ଦୁଇ ପରିବାରକୁ ନିର୍ବାଚନ ଲଢିବାକୁ ଦିଆନଯିବାକୁ କହିଛନ୍ତି ବଳଭଦ୍ର ।