ଗୁୁରୁଗ୍ରାମରେ ଗ୍ୟାଙ୍ଗଷ୍ଟର ସନ୍ଦୀପ ଗୋଡଲିଙ୍କ ମହିଳା ବନ୍ଧୁ ଦିବ୍ୟା ପାହୁଜାଙ୍କୁ ଗୁଳି । ସାମ୍ନାକୁ ଆସିଲା ସିସିଟିଭି ଭିଡିଓ, ହତ୍ୟା ପରେ ବିଏମଡବ୍ଲ୍ୟୁ କାରରେ ନେଇଗଲେ ମୃତଦେହ

603

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ସନ୍ଦୀପ ଗୋଡଲିଙ୍କ ମହିଳା ବନ୍ଧୁ ଦିବ୍ୟା ପାହୁଜା । ଜଣେ ମଡେଲ ଭାବେ ପରିଚତ ଦିବ୍ୟା । ଫେବୃଆରୀ, ୨୦୧୬ରେ ମୁମ୍ବାଇର ଏକ ହୋଟେଲରେ ଗୋଡଲିଙ୍କୁ ଗୁରୁଗ୍ରାମ ପୁଲିସ ଏନକାଉଂଟର କରି ହତ୍ୟା କରିଥିଲା । ସେହି ସମୟରେ ଗ୍ୟାଙ୍ଗଷ୍ଟର ସନ୍ଦୀପଙ୍କ ସହ ଥିଲେ ତାଙ୍କ ଗାର୍ଲଫେଣ୍ଡ ଦିବ୍ୟା ପାହୁଜା । ପରେ ମୁମ୍ବାଇ ପୁଲିସକୁ ଦିବ୍ୟାର ଜିମା ଦିଆଯାଇଥିଲା । ୭ ବର୍ଷ ଜେଲରେ ରହିବା ପରେ ୬ ମାସ ତଳେ ଦିବ୍ୟା ଜାମିନରେ ଜେଲରୁ ମୁକୁଳିଥିଲେ । କିନ୍ତୁ ମଙ୍ଗଳବାର ରାତିରେ ହରିଆଣାର ଗୁରୁଗ୍ରାମରେ ଏକ ହୋଟେଲରେ ଦିବ୍ୟାକୁ ଗୁଳି କରି ହତ୍ୟା କରାଯାଇଛି ।

ଗ୍ୟାଙ୍ଗଷ୍ଟର ସନ୍ଦୀପ ଗୋଡଲିଙ୍କ ଏନକାଉଂଟର ୮ ବର୍ଷ ପରେ ଗାର୍ଲଫ୍ରେଣ୍ଡକୁ ଦୁବୁର୍ତ ଗୁଳି କରି ହତ୍ୟା କରିଛନ୍ତି । ହତ୍ୟା ପଛରେ ଗୋଡଲିଙ୍କ ପରିବାର ଲୋକଙ୍କ ସମ୍ପୃକ୍ତି ଥିବା ତାଙ୍କ ଭଉଣୀ ଅଭିଯୋଗ ଆଣିଛନ୍ତି । କିନ୍ତୁ ବ୍ଲାକମେଲ ଯୋଗୁ ଗୁଳି ମାଡ କରାଯାଇଥିବା କହିଛି ପୁଲିସ ।

ମଙ୍ଗଳବାର ଭୋର ୪ଟା ୧୫ ମିନିଟ୍ ସମୟରେ ଗୁରୁଗାମରେ ଏକ ହୋଟେଲରେ ଥିଲେ ଦିବ୍ୟା । ଦିବ୍ୟା ଏବଂ ତାଙ୍କର ସହଯୋଗୀମାନେ ସେଠାରେ ଥିବା ହୋଟେଲ କର୍ମଚାରୀଙ୍କ ସହ କଥା ହେବା ପରେ ନିଜ ରୁମକୁ ଚାଲିଯାଇଥିଲେ । କିନ୍ତୁ ଏହାର କିଛି ସମୟ ପରେ ୧୧୧ ନମ୍ବର ରୁମରେ ଦିବ୍ୟାଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୁତ । ପରେ ତାଙ୍କ ମୃତଦେହକୁ ବେଡସିଟ୍ରେ ଘୋଡାଇ ଏକ ବିଏମଡବ୍ଲ୍ୟୂ କାରରେ ନେଉଯାଉଥିବାର ଭିଡିଓ ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ଏହି ମାମଲାରେ ପୁଲିସ ତିନି ଜଣଙ୍କୁ ଗିରଫ କରିବା ସହ ମୃତ ଶରୀର ଏବଂ ବିଏମଡବ୍ଲ୍ୟ କାରକୁ ଠାବ କରିବାକୁ ଚେଷ୍ଟା ଚଳାଇଛି । କାରଟି ପଞ୍ଜାବ ଆଡକୁ ଯାଇଥିବା ସନ୍ଦେହ କରାଯାଉଛି ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି କିଛି ଫଟୋକୁ ନେଇ ଅଭିଜିତ ନାମକ ଜଣେ ବ୍ୟକ୍ତିଙ୍କୁ ଦିବ୍ୟା ବ୍ଲାକମେଲ କରୁଥିଲେ । ସୋଶିଆଲ ମିଡିଆରେ ସେହି ଫଟୋକୁ ଅପଲୋଡ କରିବାର ଧମକ ଦେଇ ବହୁବାର ଅଭିଜିତଙ୍କ ଠାରୁ ଟଙ୍କା ନେଇଥିଲେ । କିନ୍ତୁ ଏବେ କିଛି ଅଧିକ ପରିମାଣର ଟଙ୍କା ଦିବ୍ୟା ମାଗିବାରୁ ଏହି ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି ।