ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ । ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ, ଚିକିତ୍ସିତ ଅବସ୍ଥାରେ ହସ୍ପିଟାଲରେ ତ୍ୟାଗ କଲେ ଶେଷ ନିଶ୍ୱାସ ।

ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ । ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ, ଚିକିତ୍ସିତ ଅବସ୍ଥାରେ ହସ୍ପିଟାଲରେ ତ୍ୟାଗ କଲେ ଶେଷ ନିଶ୍ୱାସ ।

କନକ ବ୍ୟୁରୋ : ପିପିଲିର ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କ ଦେହାନ୍ତ । ଏନେଇ ସୂଚନା ଦେଇଛନ୍ତି ପୁଅ ପ୍ରିୟବ୍ରତ ସାମନ୍ତରାୟ । ଗତ କିଛି ମାସ ହେବ ଅସୁସ୍ଥ ଥିଲେ ଯୁଧିଷ୍ଠିର । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଯୁଧିଷ୍ଠିର ।

ଯୁଧିଷ୍ଠିର କଂଗ୍ରେସ ଟିକେଟରୁ ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ପିପିଲିର ବିଧାୟକ ରହିଥିଲେ । କିନ୍ତୁ ପିପିଲି ନିର୍ବାଚନମଣ୍ଡଳୀରେ କଂଗ୍ରେସର ଟାଣୁଆ ନେତା ଭାବେ ଜଣାଶୁଣା ଥିଲେ ଯୁଧିଷ୍ଠିର । ଏହାପରେ ଯୁଧିଷ୍ଠିର ଲଗାତାର ୨୦୧୪ ପର୍ଯ୍ୟନ୍ତ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ । ଯୁଧିଷ୍ଠିରଙ୍କ ବିୟୋଗରେ କଂଗ୍ରେସ ଜଣେ ଟାଣୁଆ ସଙ୍ଗଠକଙ୍କୁ ହରାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe