କନକ ବ୍ୟୁରୋ: ପୂର୍ବତନ ବିଧାୟକ ଲଢିବେ ପଂଚାୟତ ନିର୍ବାଚନ । ଜିଲ୍ଲା ପରିଷଦ ପାଇଁ ଲଢିବେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା । ପୂର୍ବରୁ ୨୧ ମାସ ପାଇଁ ହୋଇଥିଲେ ଭଣ୍ଡାରିପୋଖରୀ ବିଧାୟକ । ୧୯୯୦ରେ ଭଣ୍ଡାରିପୋଖରୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସ୍ୱର୍ଗତ ଅର୍ଜୁନ ଚରଣ ସେଠୀ । ଏହାପରେ ସେ ଲୋକସଭା ଆସନରୁ ମଧ୍ୟ ବିଜୟୀ ହେବାପରେ ଭଣ୍ଡାରିପୋଖରୀ ଆସନଟି ଖାଲି ପଡିଥିଲା । ୧୯୯୧ ଉପନିର୍ବାଚନରେ ଜନତା ଦଳରୁ ପ୍ରାର୍ଥୀ ହୋଇଥିଲେ ପ୍ରଫୁଲ୍ଲ ଜେନା ।

Advertisment

ସେ ନିର୍ବାଚନ ଜିତିବା ସହ ୨୧ ମାସ ପାଇଁ ବିଧାୟକ ହୋଇଥିଲେ । ତେବେ ୨୦୧୯ରେ ଅର୍ଜୁନ ସେଠୀ କିମ୍ବା ତାଙ୍କ ପୁଅ ଅଭିମନ୍ୟୁ ସେଠୀଙ୍କୁ ବିଜେଡିଟୁ ଟିକେଟ ନମିଳିବାରୁ ସେମାନେ ଦଳଛାଡି ବିଜେପିରେ ଯୋଗେ ଦେଇଥିଲେ । ସେଠୀ ପରିବାରର ଅନୁଗତ ହିସାବରେ ପ୍ରଫୁଲ୍ଲ ଜେନା ମଧ୍ୟ ବିଜେଡି ଛାଡି ବିଜେପିକୁ ଲମ୍ଫ ଦେଇଥିଲେ । ଏବେ ସେ ପୁଣି ବିଜେଡିକୁ ଫେରି ଆସିବା ସହ ଚଳିତ ପଂଚାୟତ ନିର୍ବାଚନରେ ୧୫ ନମ୍ବର ଜିଲ୍ଲା ପରିଷଦ ଜୋନରୁ ପ୍ରାର୍ଥୀ ହୋଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି ।