କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ପୁରୀ ସତ୍ୟବାଦୀରେ ସକ୍ରିୟ ପୂର୍ବତନ ବିଧାୟକ ରମା ବଳିୟାର ସିଂ । କଣାସ ବ୍ଲକରେ ୪ ହଜାରରୁ ଅଧିକ ସମର୍ଥକଙ୍କୁ ଧରି ଶକ୍ତି ପ୍ରଦର୍ଶନ କରିଛନ୍ତି ପୂର୍ବତନ ବିଧାୟକ ରମା ବଳିୟାର ସିଂହ । ବିକଶିତ ସତ୍ୟବାଦୀ ସଂକଳ୍ପ ସମାବେଶ ନାଁରେ ଏହି ସଭା ଆୟୋଜିତ ହୋଇଥିଲା । ଏହି ସମାବେଶ ପଛରେ ରାଜ୍ୟ ବିଜେପି ସଭାପତିଙ୍କ ଶୁଭେଚ୍ଛା ରହିଛି ବୋଲି ରମାବଳିୟାର ସିଂହ ଦାବି କରିଛନ୍ତି । ତେବେ ରମାଙ୍କ ଏହି ବୟାନକୁ ନେଇ ଆରମ୍ଭ ହୋଇଛି ଭିନ୍ନ ଚର୍ଚ୍ଚା । କାରଣ ଏହି ଆସନ ପାଇଁ ଦଳୀୟ ପ୍ରାର୍ଥୀ ଭାବେ ଓମ୍ ପ୍ରକାଶ ମିଶ୍ରଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ତେଣୁ ନିର୍ବାଚନ ବେଳେ କିଏ ଟିକେଟ ପାଇବେ ତାକୁ ନେଇ ଚର୍ଚ୍ଚା ବଢିଛି । ଯୁବ ଚେହେରା ନା ପୁରୁଣା ନେତାଙ୍କୁ ବିଜେପି ସତ୍ୟବାଦୀ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।