ବରିଷ୍ଠ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଗୁରୁତର: ବରଗଡ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି; ଫୁସଫୁସରେ ପାଣି ଜମିଥିବା ସୂଚନା

749

କନକ ବ୍ୟୁରୋ: ବରିଷ୍ଠ ବିଜେପି ନେତ୍ରୀ ତଥା ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଛନ୍ତି । ଶନିବାର ରାତିରେ ତାଙ୍କୁ ବରଗଡ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଛି । ପ୍ରାଥମିକ ଚିକିତ୍ସାରୁ ତାଙ୍କ ଫୁସଫୁସରେ ପାଣି ଜମିଥିବା ଜଣାପଡିଛି । ଏବେ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇ ଭେଟିଂଲେଟରରେ ରଖାଯାଇ ଚିକିତ୍ସା କରାଯାଉଛି ।

ଦୀର୍ଘ ଦିନରୁ ଡାଇବେଟିସ୍ ଓ ଶ୍ୱାସ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ । ହେଲେ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଜଟିଳ ହୋଇପଡୁଥିବାରୁ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ଅନ୍ୟପଟେ ରାଧାରାଣୀଙ୍କ ଅସୁସ୍ଥତା ଖବର ପାଇବା ପରେ ବ୍ରଜରାଜନଗରର ଜନ ସାଧାରଣ, ତାଙ୍କ ଦଳୀୟ ସମର୍ଥକ ଏବଂ କର୍ମକର୍ତା ଆଶୁ ଆରୋଗ୍ୟ କାମନା କରିଛନ୍ତି ।