ପୂର୍ବତନ କଂଗ୍ରେସ ବିଧାୟକଙ୍କ ଅଜବ କାଣ୍ଡ । ଏମସିଡି କର୍ମୀଙ୍କୁ ନିସ୍ତୁକ ମାଡ ସହ ଆଣ୍ଠେଇବାରୁ ହେଲେ ଗିରଫ ।

Advertisment
ପୂର୍ବତନ କଂଗ୍ରେସ ବିଧାୟକଙ୍କ ଅଜବ କାଣ୍ଡ । ଏମସିଡି କର୍ମୀଙ୍କୁ ନିସ୍ତୁକ ମାଡ ସହ ଆଣ୍ଠେଇବାରୁ ହେଲେ ଗିରଫ ।

କନକ ବ୍ୟୁରୋ: ଦିଲ୍ଲୀରେ ପୂର୍ବତନ କଂଗ୍ରେସ ବିଧାୟକଙ୍କ ଅମାନବୀୟ କାଣ୍ଡର ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି । ପ୍ରଶ୍ନ ଉଠୁଛି ବିଧାୟକ ଏପରି କ’ଣ କଲେ ଯେ ତାଙ୍କ ଭିଡିଓକୁ ନେଇ ଏତେ ଚର୍ଚ୍ଚା । ଖାଲି ଚର୍ଚ୍ଚା ନୁହେଁ ନେତା ଜଣକ ଗିରଫ ମଧ୍ୟ ହୋଇଛନ୍ତି ।

ପୋଷ୍ଟର ହଟାଇବାକୁ ନେଇ ଘଟିଛି ଏପରି କାଣ୍ଡ । ପୂର୍ବତନ କଂଗ୍ରେସ ବିଧାୟକ ଅସିଫ ମହମ୍ମଦ ଖାନ୍ କିଛି ସ୍ଥାନରେ ପୋଷ୍ଟର ଓ ହୋର୍ଡେିଙ୍ଗ ଲଗାଇଥିଲେ । ହେଲେ କିଛି କାରଣରୁ ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନର କର୍ମଚାରୀ ଏସବୁକୁ ହଟାଇବାରୁ ତାଙ୍କୁ ଧରିଆଣି ନିସ୍ତୁକ ମାଡ ମାରିବା ସହ ଗୋଇଠା ମାରିଚାଲିଥିଲେ ।

publive-image

ଏତିକିରେ ବିଧାୟକଙ୍କ ମନ ଶାନ୍ତି ହୋଇନଥିଲା । ତା’ ପରେ କର୍ମଚାରୀଙ୍କୁ କୁକୁଡା କରି ଆଣ୍ଠେଇ ଦେଇଥିଲେ । ଫଳରେ ହାରି ଗୁହାରୀ କରି କର୍ମଚାରୀ ମାନେ କାନ୍ଦି ପକାଇବାରୁ ତାକୁ ଛାଡିଥିଲେ ଅସିଫ ମହମ୍ମଦ । ଏନେଇ ବିଭାଗ ପକ୍ଷରୁ ପୋଲିସରେ ମାମଲା ରୁଜୁ ହେବା ପରେ ଅସିଫଙ୍କୁ ଗିରଫ କରିଛି ପୋଲିସ ।

publive-image

ଅନ୍ୟପଟେ ଗିରଫ ହେବା ପରେ ଓ ଏସବୁର ଭିଡିଓ ଫୁଟେଜ ଥାଇ ବି ନିଜ ଦୋଷ ମାନିବାକୁ ନାରାଜ ଅସିଫ ମହମ୍ମଦ । ସେମାନେ ‘ଏସ୍‌ଡିଏମ୍‌ସି’ କର୍ମଚାରୀ ବୋଲି ସେ ଜାଣି ନ ଥିଲେ। ସେ କହିଛନ୍ତି, ସେମାନେ କିଏ ମୁଁ ଜାଣି ନ ଥିଲି। ଘଟଣା ସଂକ୍ରାନ୍ତରେ ମଧ୍ୟ ‘ଏସ୍‌ଡିଏମ୍‌ସି’ରୁ କୌଣସି ଫୋନ୍‌ କଲ୍‌ କିଂବା ମେସେଜ୍‌ ପାଇନଥିବା ସଫେଇ ଦେଇଛନ୍ତୁ ଅସିଫ ।
ଭିଡିଓରେ ଖାଁ ଖଣ୍ଡେ ବାଡ଼ିରେ ଚାରିଜଣ ବ୍ୟକ୍ତିଙ୍କୁ ପିଟିବା ସହ କାନଧରି ଉଠ୍‌ବସ୍‌ ହେବାକୁ ଆଦେଶ ଦେଉଥିବା ଦୃଶ୍ୟରହିଛି।

ଗଣମାଧ୍ୟମକୁ ଖାଁ କହିଛନ୍ତି, କିଛି ଦିନ ହେବ ଦେଖୁଛି, ଓଖ୍‌ଲା ଅଞ୍ଚଳରେ ମୁଁ ଲଗାଉଥିବା ହୋର୍ଡିଙ୍ଗ୍‌ଗୁଡ଼ିକୁ ତୁରନ୍ତ ହଟାଇ ଦିଆଯାଉଥିବା ବେଳେ ସ୍ଥାନୀୟ ‘ଆପ୍‌’ ବିଧାୟକ ଏବଂ ମହାନଗର ନିଗମର ହୋର୍ଡିଙ୍ଗ୍‌ଗୁଡ଼ିକ ଯେମିତି କି ସେମିତି ରହୁଛି।

ମୁଁ ଦେଖିଲି ଓଖ୍‌ଲାରେ ଥିବା ମୋ ବାସଭବନ ଆଖପାଖରୁ କିଛି ଲୋକ କଂଗ୍ରେସ ପାର୍ଟିର ହୋର୍ଡିଙ୍ଗ୍‌ ଓ ପୋଷ୍ଟର୍‌ଗୁଡ଼ିକୁ ହଟାଇ ଦେଉଛନ୍ତି। ସେମାନେ ଅନ୍ୟ ଦଳମାନଙ୍କର ହୋର୍ଡିଙ୍ଗ୍‌ ଓ ପୋଷ୍ଟର୍‌ଗୁଡ଼ିକୁ ହଟାଉ ନାହାନ୍ତି, କାହିଁକି ବୋଲି ପଚାରିବାରୁ ସେମାନେ ନିରବ ରହିଲେ। ମୁଁ ତାଙ୍କୁ ପାନେ ଦେବାକୁ ଚାହିଁଲି। ସେମାନେ କିଏ ବୋଲି ମୋର ଧାରଣା ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe