ଆରପାରିରେ ପୂର୍ବତନ ବିଧାୟକ ଅରୁଣ ଦେ’ । କରୋନାରେ ଚିକିତ୍ସାଧିନ ଥିବାବେଳେ ଆଖିବୁଜିଲେ ଅରୁଣ ।

467

କନକ ବ୍ୟୁରୋ: ପୂର୍ବତନ ବିଧାୟକଙ୍କ ଅରୁଣ ଦେ’ଙ୍କ ଦେହାନ୍ତ । କରୋନାରେ ଚିକିତ୍ସାଧୀନ ଥିବାବେଳେ ଆଖିବୁଜିଲେ ଅରୁଣ । ୭୬ ବର୍ଷ ବୟସରେ ଅରୁଣ ଦେ’ଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ଅରୁଣ । ବାଲେଶ୍ୱରରୁ ୫ ଥର ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଅରୁଣ ଦେ’ । ଅରୁଣ ଦେ’ଙ୍କ ବିୟୋଗରେ ରାଜନୀତି ମହଲରେ ଖେଳିଗଲା ଶୋକର ଛାୟା । ଅରୁଣଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ ବରିଷ୍ଠ ବ୍ୟକ୍ତିଗଣ ।