ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା : ରାୟଗଡ ଜେଲର ଏନ.କେ ଦେହେରିଆଙ୍କ ସୂଚନା, ଡବଲ ମର୍ଡର ମାମଲାରେ ଅଛନ୍ତି ଜେଲରେ ; ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ହେବାରୁ ମେଡିକାଲରେ ହୋଇଥିଲେ ଭର୍ତ୍ତି

169

କନକ ବ୍ୟୁରୋ : ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା । ରାୟଗଡ ଜେଲର ଏନ କେ ଦେହରିଆ ଏନେଇ ସୂଚନା ଦେଇଛନ୍ତି । ଡବଲ ମର୍ଡର ମାମଲାରେ ଛତିଶଗଡର ରାୟଗଡ ଜେଲରେ ଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଗତକାଲି ଗୁରୁତର ଅସୁସ୍ଥ ହୋଇଥିଲେ । ଗତକାଲି ଅପରାହଣରେ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା । ଜେଲ କର୍ତୃପକ୍ଷ ତୁରନ୍ତ ଅନୁପ ସାଏଙ୍କୁ ସରକାରୀ ହସ୍ପିଟାଲରେ ଭର୍ତି କରିଥିଲେ । ତେବେ ସ୍ୱାସ୍ଥ୍ୟବସ୍ଥା ଜଟିଳ ପରେ ରାୟଗଡ ସ୍ଥିତ ଫାର୍ଟିସ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଏହା ପରେ ତାଙ୍କର କୋଭିଡ ପରୀକ୍ଷା କରାଯାଇଥିଲା ।

ଅନୁପ ସାଏ କରୋନା ପଜିଟିଭ ଥିବା ଜେଲର ସୂଚନା ଦେଇଛନ୍ତି । ଗତ ଫେବୃୟାରୀ ୧୨ ତାରିଖରେ ଏକ ଡବଲ ମର୍ଡର ମାମାଲାରେ ଛତିଶଗଡ ପୁଲିସ ତାଙ୍କୁ ଗିରଫ କରିଥିଲା । କଳ୍ପନା ଦାସ ଓ ତାଙ୍କ ଛୋଟ ଝିଅ ବବଲି ହତ୍ୟାକାଣ୍ଡ ଘଟଣାର ଅଢେଇ ବର୍ଷ ପରେ ପୁଲିସ ଅନୁପ ସାଏଙ୍କୁ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ଗିରଫ କରିଥିଲା ।