ଉରୁଗୁଏର ପୂର୍ବତନ ବିଶ୍ୱ ସୁନ୍ଦରୀ ପ୍ରତିଯୋଗୀ ଶେରିକା ଡି ଅର୍ମାସଙ୍କ ୨୬ ବର୍ଷ ବୟସରେ ମୃତ୍ୟୁ

ଉରୁଗୁଏର ପୂର୍ବତନ ବିଶ୍ୱ ସୁନ୍ଦରୀ ପ୍ରତିଯୋଗୀ ଶେରିକା ଡି ଅର୍ମାସଙ୍କ ୨୬ ବର୍ଷ ବୟସରେ ମୃତ୍ୟୁ

ଉରୁଗୁଏରୁ ପ୍ରତିନିଧିତ୍ୱ କରୁଥିବା ଜଣେ ପୂର୍ବତନ ବିଶ୍ୱ ସୁନ୍ଦରୀ ପ୍ରତିଯୋଗୀଙ୍କ କ୍ୟାନସରରେ ମୃତ୍ୟୁ । ମାତ୍ର ୨୬  ବର୍ଷ ବୟସରେ ଶେରିକା ଡି ଅର୍ମାସଙ୍କ ମୃତ୍ୟୁ ଘଟିଛି । ନ୍ୟୁୟର୍କ ପୋଷ୍ଟରେ ପ୍ରକାଶ ପାଇଥିବା ଖବର ଅନୁସାରେ ଗତ ୧୩ ଅକ୍ଟୋବରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ସେ ଗର୍ଭାଶୟ କର୍କଟରେ ପୀଡିତ ଥିଲେ ଏବଂ ତାଙ୍କର କେମୋଥେରାପି ଏବଂ ରେଡିଓଥେରାପି ଚିକିତ୍ସା ଚାଲିଥିଲା ।  ତାଙ୍କ ମୃତ୍ୟୁରେ ପରିବାର ବର୍ଗଙ୍କ ସମେତ ବିୟୁଟି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ଏବଂ ମିସ୍ ୟୁନିଭର୍ସ ଉରୁଗୁଏ ୨୦୨୨ ସମସ୍ତେ ସମବେଦନା ଜଣାଇଛନ୍ତି।

ଅର୍ମାସଙ୍କ ଭାଇ ସୋଶାଲ୍ ମିଡିଆରେ ଏକ କୋହଭରା ପୋଷ୍ଟ୍ ସେୟାର କରି ଲେଖିଛନ୍ତି । “ଉଚ୍ଚକୁ ଉଡ, ସାନ ଭଉଣୀ, ସବୁବେଳେ ସବୁଦିନ ପାଇଁ।” ମିସ୍ ୟୁନିଭର୍ସ ଉରୁଗୁଏ ୨୦୨୨  କାର୍ଲା ରୋମେରୋ ଦୁଃଖ ପ୍ରକାଶ କରି କହିଛନ୍ତି, “ମୁଁ ମୋ ଜୀବନରେ ଭେଟିଥିବା ଖୁବ୍ ସୁନ୍ଦର ମହିଳାମାନଙ୍କ ମଧ୍ୟରୁ ଜଣେ ଥିଲେ ଶେରିକା ଡି ଅର୍ମାସ୍। ତୁମକୁ ସବୁବେଳେ ମନେ ରଖିବି। ତମ ସମର୍ଥନ, ଭଲପାଇବା ସବୁକିଛି ମନେ ରହିବ।”

ଚାଇନାରେ ଆୟୋଜିତ ୨୦୧୫ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଭାଗ ନେଇଥିଲେ ଶେରିକା । ସେ ଶେଷ ୩୦ ମଧ୍ୟରେ ସ୍ଥାନ ପାଇନଥିଲେ ବି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶ୍ରେଷ୍ଠ ୧୮  ବର୍ଷିୟ ୬ ଜଣଙ୍କ ମଧ୍ୟରେ ଜଣେ ଥିଲେ।

ତାଙ୍କ ମୃତ୍ଯୁରେ ବହୁଲୋକ ଶୋକବାର୍ତ୍ତା ସେୟାର କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe