କନକ ବ୍ୟୁରୋ : ଅକାଳୀଦଳ ନେତା ତଥା ପଞ୍ଜାବ କ୍ୟାବିନେଟର ପୂର୍ବତନ ଶିକ୍ଷାମନ୍ତ୍ରୀ ଜାଥେଦାର ସେବା ସିଂ ସେଖୱାନ ଆଜି ଆପରେ ଯୋଗ ଦେଇଛନ୍ତି । ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଉପସ୍ଥିତିରେ ଦଳର ଯୋଗ ଦେଇଥିବା ଦେଖିବାକୁ ମିଳିଛି । କେଜ୍ରିୱାଲ ପଞ୍ଜାବ ଗସ୍ତରେ ଥିବା ବେଳେ ଆଜି ସେବା ସିଂଙ୍କ ଗାଁ ସେଖବାକୁ ଯାଇ ତାଙ୍କୁ ତାଙ୍କ ବାସଭବନରେ ଦେଖା କରିଥିଲେ ।
ଜାଥେଦାର ସେବା ସିଂ ସେଖୱାନ ଶିରୋମଣି ଅକାଳୀଦଳ ଓ ବିଜେପି ମେଣ୍ଟ ସରକାର ସମୟରେ ପଞ୍ଜାବର ଶିକ୍ଷାମନ୍ତ୍ରୀ ଥିଲେ । ଏହାସହ ସେ ଅକାଳୀ ଦଳ (ଡେମୋକ୍ରାଟିକ) ର ପ୍ରତିଷ୍ଠାତା ସଦସ୍ୟ ବି ଥିଲେ । ଆଜିର ଏହି ମିଶ୍ରଣ ପର୍ବରେ ଆପର ପଞ୍ଜାବ ମୁଖ୍ୟ ଭଗୱନ୍ତ ମାନ, ବିରୋଧୀଦଳ ନେତା ହରପାଲ ସିଂ ଚୀମା, ରାଘବ ଚଡ୍ଡା, କୁମ୍ବର ବିଜୟ ପ୍ରତାପ ଓ ଦଳର ପଞ୍ଜାବ ଇନଚାର୍ଜ ଜରନେଲ ସିଂ ବି ଉପସ୍ଥିତ ଥିଲେ ।
Sewa Singh Sekhwan (former SAD minister) & his family have contributed to the development of Punjab & Punjab's politics. He has blessed us today & has joined us. We welcome him: AAP convener & Delhi CM Arvind Kejriwal in Gurdaspur, Punjab pic.twitter.com/wdfaeHOhoh
— ANI (@ANI) August 26, 2021
କହିରଖୁ କି, ପଞ୍ଜାବର ସତ୍ତାଧାରୀ ପାର୍ଟି କଂଗ୍ରେସ ଭିତରେ ଏବେ କନ୍ଦଳ ଆଗକୁ ବଢୁଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଓ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତସିଂ ସିଦ୍ଧୁ ଏବେ ଖୋଲା ମଞ୍ଚରେ ପରସ୍ପର ବିରୋଧରେ ବୟାନବାଜୀ କରିବାରେ ଲାଗିଛନ୍ତି । ସିଦ୍ଧୁ ତାଙ୍କ ସମର୍ଥକ ବିଧାୟକମାନଙ୍କୁ ଏକାଠି କରି କ୍ୟାପଟେନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଚେଷ୍ଟା କରୁଥିବା ବେଳେ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରୀଶ ରାୱତ ସ୍ପଷ୍ଟ କରିଛନ୍ତି କି କ୍ୟାପଟେନଙ୍କ ନେତୃତ୍ୱରେ ଦଳ ୨୦୨୨ ବିଧାନସଭା ନିର୍ବାଚନ ଲଢିବ । ଗୋଟେପଟେ କଂଗ୍ରେସ କନ୍ଦଳ ଓ ଅନ୍ୟପଟେ ଆପର ଲୋକପ୍ରିୟତା ବୃଦ୍ଧି ଏହା ଦର୍ଶାଉଛିକି ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ଓ ଅକାଳୀଦଳକୁ ପଛରେ ପକାଇ କଂଗ୍ରେସକୁ ଆପ୍ ହିଁ ଟକ୍କର ଦେବାକୁ ଯାଉଛି ।