କନକ ବ୍ୟୁରୋ: ଅର୍ଚ୍ଚନା ନାଗ କଳାସାମ୍ରାଜ୍ୟ ପଛରେ ରହିଛି ବଡ ବଡିଆଙ୍କ ହାତ । ପୂୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଏହା କହିଛନ୍ତି । କଳାହାଣ୍ଡିରୁ ଆସି ଭୁବନେଶ୍ୱରରେ ପ୍ରାସାଦ ତିଆରି କରିବା ଏତେ ସହଜ ନୁହେଁ । ଯିଏ ଏହି ବହୁତଳ ପ୍ରସାଦ ନିର୍ମାଣ କରିବାରେ ସହଯୋଗ କରିଛି ତାଙ୍କୁ ଖୋଜି ବାହାର କରିବା ଦରକାର । ଯଦି ସେ ଧରାପଡିବେ ତାହେଲେ ସତ ପଦାକୁ ଆସିବ।
ପାପକୁଣ୍ଡରେ ଗୋଡ ବୁଡେଇବାକୁ ଅନେକଙ୍କର ମନ ଥିଲା । ପାପର ଉଆଁସ ସେହିମାନେ ତିଆରି କରିଛନ୍ତି ବୋଲି ଦାମ ରାଉତ କହିଛନ୍ତି । କ୍ରିକେଟ ଖେଳ ଦେଖିବାକୁ ଅନେକଙ୍କୁ ଟିକେଟ ମିଳୁନି କିଏ ତାଂକୁ ୫୦ଟି ପାସ ଦେଲେ ବୋଲି ଦାମ ପ୍ରଶ୍ନ କରିଛନ୍ତି । ଏପରି ଘଟଣା ଓଡିଆ ଜାତି ପାଇଁ କଳଙ୍କ ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/17-9.jpg)