ସମ୍ପତ୍ତି ପାଇଁ ନିଜର ୩ ଭାଇଙ୍କୁ କରିଥିଲେ ଅପହରଣ । ନକଲି ଆୟକର ଅଧିକାରୀଙ୍କୁ ପଠାଇ ଗିରଫ୍ ନାମର ଘରୁ ଉଠାଇ ଆଣିଥିଲେ । ଏନେଇ ଅଭିଯୋଗ ହେବା ପରେ ଆଜି ଗିରଫ୍ ହେଲେ

1,924

କନକ ବ୍ୟୁରୋ : ସଂପତ୍ତି ପାଇଁ କେତେ ନିଚ୍ଚସ୍ତରକୁ ଯାଇପାରେ ମଣିଷ । ତାହା ଦେଖିବାକୁ ମିଳିଛି ହାଇଦ୍ରାବାଦରେ । ଟିଡିପି ସରକାରରେ ମନ୍ତ୍ରୀ ଥିବା ଭୂମା ଅଖିଳ ପ୍ରିୟା ସଂପତ୍ତି ଲୋଭରେ ତାଙ୍କର ୩ ଭାଇଙ୍କୁ ଅପହରଣ କରିଥିବା ଅଭିଯୋଗ ହେବା ପରେ ,ପୋଲିସ ଭୂମାଙ୍କୁ ଗିରଫ୍ କରିଛି ।

ସୂଚନା ମୁତାବକ ଭୂମା ୨୦୦ କୋଟି ଟଙ୍କାର ଏକ ଜମି ପାଇଁ ରଚିଥିଲେ ଅପହରଣ ଷଡଯନ୍ତ୍ର । ଏହି ଷଡଯନ୍ତ୍ରରେ ସାମିଲ କରିଥିଲେ ୧୦ ରୁ ୧୫ ଜଣ ଯୁବକଙ୍କୁ । ସେମାନେ ମଙ୍ଗଳବାର ରାତିରେ ଆୟକର ଅଧିକାରୀ ବୋଲି ସୂଚନା ଦେଇ ଭୂମାଙ୍କ ବାସଭବନରେ ପ୍ରବେଶ କରିଥିଲେ  । ସେଠାରେ ସେମାନେ ଭୂମାଙ୍କ ପରିବାର ଲୋକଙ୍କୁ ଏକ ଘରେ ବନ୍ଦ କରି ଦୀର୍ଘସମୟ ଧରି ଚଢାଉ କରିଥିଲେ । ଏହାପରେ ଜାଲ ୱାରେଣ୍ଟ କାଗଜ ଦେଖାଇ ପରିବାରର ଅନ୍ୟ ଲୋକମାନଙ୍କୁ ଏକ ଘରେ ବନ୍ଦ କରିଦେଇଥିଲେ । ଏହାପରେ ଭୂମାଙ୍କ ୩ ଭାଇଙ୍କୁ ଗିରଫ୍ କରିବା ନାମରେ ଅପହରଣ କରିନେଇଥିଲେ ।

ଏନେଇ ବୁଧବାର ସକାଳେ ଭୂମାଙ୍କ ପରିବାର ଲୋକ ଥାନାରେ ଏତଲା ଦେବା ପରେ ପୋଲିସ ଭୂମା ସମେତ ଅନ୍ୟ କିଛି ଅପହରଣକାରୀଙ୍କୁ ଗିରଫ୍ କରିଛି । ଗିରଫ୍ ହୋଇଥିବା ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ହକ୍କି ଖେଳାଳୀ ପ୍ରଭିନ ରାଓ , ଭୂମାଙ୍କ ସ୍ୱାମୀ ଭାର୍ଗବ ରାମ, ତାଙ୍କ ବାପାଙ୍କ ଘନିଷ୍ଟ ସହଯୋଗୀ ଏ.ଭି. ସୁଜ୍ଜା ରେଡ୍ଡି ଏବଂ ବରିଷ୍ଠ ଟିଡିପି ନେତା ଭୂମା ନାଗୀ ରେଡ୍ଡି ।

ପୋଲିସ ଅପହରଣକାରୀଙ୍କୁ ଗିରଫ୍ କରିବା ସହ ଅପହୃତ ଭୂମାଙ୍କ ୩ ଜଣ ଭାଇଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରିଛି । କହିରଖୁ କି ଭୂମା ୨୦୦ କୋଟି ଟଙ୍କାର ପୈତୃକ ସଂପତିକୁ ନେଇ ଭାଇ ମାନଙ୍କ ସହିତ ବିବାଦ ଚାଲିଥିଲା । ଏହି ସଂପତ୍ତିକୁ ହାତେଇବାକୁ ଭୂମା ଏଭଳି କରିଥିବା ତାଙ୍କ ପରିବାର ଲୋକେ କହିଛନ୍ତି । ଏନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି ।