କଟକ ତେଲଙ୍ଗାପେଣ୍ଠରେ ଦୁର୍ଘଟଣାର ଆସିଲା ସିସିଟିଭି ଚିତ୍ର : ଭାରସାମ୍ୟ ହରାଇ ରାତିରେ ରାଜପଥରୁ କେନାଲ ଭିତରକୁ ଖସିଥିଲା କାର୍ ; ୩ ମୃତକଙ୍କ ମଧ୍ୟରୁ ଜଣଙ୍କର ମିଳିଲା ପରିଚୟ

11,923

କନକ ବ୍ୟୁରୋ :  କଟକରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିଲା କାର ।  ଫଳରେ କାରରେ ଥିବା ୩ ଜଣଙ୍କର ମୃତ୍ୟୁ ହୋଇଛି । କଟକ ତେଲେଙ୍ଗାପେଂଣ୍ଠରେ ଘଟିଛି ତେବେ ଏହି ଦୁର୍ଘଟଣାରେ ଜଣେ ପୂର୍ବତନ ମନ୍ତ୍ରୀଙ୍କ ପୁଅର ମୃତ୍ୟୁ ହୋଇଛି ।  ଦୁର୍ଘଟଣାରେ ପୂର୍ବତନ ମନ୍ତ୍ରୀ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନଙ୍କର ମୃତ୍ୟୁ ହୋଇଛି । ଅନ୍ୟ ମୃତକଙ୍କ ଘର କଟକ ଜଗତପୁର ଅଂଚଳରେ ବୋଲି କୁହାଯାଉଛି ।

ଘଟଣାସ୍ଥଳରେ କଟକ ସଦର ପୋଲିସ ପହଁଚି ଗାଡିଟିକୁ କେନାଲ ଭିତରୁ ବାହାର କରିଛି  । କଟକରୁ ଭୁବନେଶ୍ୱର ଆଡକୁ ଆସୁଥିବା ଗାଡିଟି ତେଲଙ୍ଗାପେଣ୍ଠ ନିକଟରେ ଦୁର୍ଘଟଣା ଘଟାଇ କେନାଲକୁ ଖସି ପଡିଥିଲା  । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ରାତିରେ ଜୋରରେ ଶବ୍ଦ ହୋଇଥିଲା । ଘଟଣାସ୍ଥଳକୁ ଆସିବା ପରେ ଗାଡିଟି କେନାଲ ଭିତରେ ଖସିପଡିଥିବା ଦେଖିଥିଲେ । ଏନେଇ ପୋଲିସକୁ ସୂଚନା ଦେବା ପରେ ପୋଲିସ ଓ ଦମକଳ ବାହିନୀ ପହଂଚି ଗାଡିଟିକୁ କେନାଲରୁ ଉଠାଇବା ସହ ଗାଡି ଭିତରେ ଥିବା ୩ ଜଣଙ୍କର ମୃତଦେହ ଉଦ୍ଧାର କରିଥିଲେ ।