କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ଘର ଉପରକୁ ପଥରମାଡ଼: ସଂରକ୍ଷଣରେ କାଣ୍ଟଛାଣ୍ଟକୁ ନେଇ ପ୍ରତିବାଦ କଲେ ବଞ୍ଜାରା ସମ୍ପ୍ରଦାୟ

488

କନକ ବ୍ୟୁରୋ: ବିଜେପିର ବରିଷ୍ଠ ନେତା ଓ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ଘର ଉପରକୁ ପଥରମାଡ଼ । ସଂରକ୍ଷଣ ପ୍ରସଙ୍ଗକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା ବଂଜାରା ସମ୍ପ୍ରଦାୟର ସଦସ୍ୟମାନେ ଏହି ପଥରମାଡ଼ କରିଛନ୍ତି । ଘଟଣା ଅଧିକ ତେଜିବାରୁ ସ୍ଥାନୀୟ ଅଂଚଳରେ ୧୪୪ ଲାଗୁ କରାଯାଇଛି । ଏହାରି ଭିତରେ ପ୍ରଦର୍ଶନକାରୀଙ୍କ ଉପରକୁ ପୋଲିସ ଲାଠିଚାର୍ଜ କରିଛି । ଅନୁସୂଚିତ ଜନଜାତି ସମ୍ପ୍ରଦାୟରେ ଆଭ୍ୟନ୍ତରୀଣ ସଂରକ୍ଷଣ ଦାବିରେ ବଞ୍ଜାରା ସମ୍ପ୍ରଦାୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ନିକଟରେ କର୍ଣ୍ଣାଟକ ସରକାର ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ବ୍ୟବସ୍ଥାରେ କାଂଟଛାଂଟ କରିଥିଲେ । ଯାହାକୁ ବିରୋଧ କରି ବଞ୍ଜାରା ସମ୍ପ୍ରାଦୟ ତୀବ୍ର ବିରୋଧ କରିଛି ।