କନକ ବ୍ୟୁରୋ: ପରଲୋକରେ ପୂର୍ବତନ କଂଗ୍ରେସ ବିଧାୟକ ବିରେନ୍ଦ୍ର ପାଣ୍ଡେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ବୀରେନ୍ଦ୍ର ପାଣ୍ଡେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ପାର୍ଥିବ ଶରୀରକୁ କଂଗ୍ରେସ ଭବନ ଅଣାଯିବା ପରେ ଶେଷ ଦର୍ଶନ କରିଛନ୍ତି ପିସିସି ସଭାପତି ଓ କଂଗ୍ରେସର ବହୁ ବରିଷ୍ଠ ନେତା।
ବୀରେନ୍ଦ୍ର ପାଣ୍ଡେଙ୍କ ଦେହାନ୍ତ କଂଗ୍ରେସ ଦଳ ପାଇଁ ଏକ ବିରାଟ ଶୂନ୍ୟସ୍ଥାନ। ଏହାଶହ ପଶ୍ଚିମ ଓଡ଼ିଶାର କଂଗ୍ରେସ ଦଳ ଏକ ଟାଣୁଆ ନେତା ହରାଇଛି ବୋଲି ପିସିସି ସଭାପତି କହିଛନ୍ତି। ଏହା ସହ ସେ ଏକ ସାଧାରଣ ପରିବାରରୁ ଆସି ମଧ୍ୟ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରୁ ବିକାଶ କଥା ଚିନ୍ତା କରୁଥିଲେ ବୋଲି କଂଗ୍ରେସ ନେତା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/mla-pic.jpg)