କନକ ବ୍ୟୁରୋ : ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ହେବେ ଓଡିଶାର ପରବର୍ତ୍ତୀ ରାଜ୍ୟପାଳ । ରାଷ୍ଟ୍ରପତି ଭବନରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ବର୍ତ୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନ ନେବେ । ଗତ ମେ’ ମାସ ୩୦ ତାରିଖରୁ ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଶେଷ ହୋଇଛି । କାର୍ଯ୍ୟକାଳ ଶେଷ ହୋଇଥିଲେ ବି ଅଧିକ ୫ ମାସ ଧରି ଦାୟିତ୍ୱରେ ଅଛନ୍ତି ପ୍ରଫେସର ଗଣେଶୀ ଲାଲ । ଏବେ ସେ କାର୍ଯ୍ୟକାରୀ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଏବେ ରଘୁବରଙ୍କ ନିଯୁକ୍ତି ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Advertisment

ରଘୁବର ନୂଆ ରାଜ୍ୟପାଳ

୩ ମେ’ ୧୯୫୫ରେ ଛତିଶଗଡ଼ରେ ରଘୁବର ଦାସଙ୍କ ଜନ୍ମ
୧୯୭୭ରେ ସେ ବିଜେପିର ସଦସ୍ୟ ହୋଇଥିଲେ
୧୯୮୦ରେ ସକ୍ରିୟ ରାଜନୀତିକୁ ଆସି ବିଜେପିରେ ସାମିଲ ହୋଇଥିଲେ
୧୯୯୫ରେ ପ୍ରଥମ ଥର ଜାମସେଦପୁର ପୂର୍ବ ଆସନରୁ ବିଧାୟକ ହୋଇଥିଲେ
ଏହା ପରେ ୫ଥର ଲଗାତର ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ
୨୦୦୯ରେ ସେ ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଥିଲେ
୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ରାଜ୍ୟର ଷଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ
ପୂର୍ବରୁ ସେ ଝାଡଖଣ୍ଡ ବିଜେପିର ଦୁଇ ଥର ରାଜ୍ୟ ସଭାପତି ନିଯୁକ୍ତ ହୋଇଥିଲେ
ଏବେ ସେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ଅଛନ୍ତି