କନକ ବ୍ୟୁରୋ : ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଆଉ ନିଜ ପ୍ରୟାସରେ ସ୍ବାବଲମ୍ବୀ ହୋଇପାରିଛନ୍ତି ଜେଲରୁ ଫେରିଥିବା ୧୪ ଯୁବକ । କିଏ ଅରଟରେ ସୂତା କାଟୁଛି ତ ଆଉ କିଏ କପଡା ବୁଣିବାରେ ଲାଗିଛି । ଆଉ କିଏ ଗାଁର କିଛି ଯୁବକଙ୍କୁ ଅରଟରେ ସୂତା କାଟିବାର ପ୍ରଶିକ୍ଷଣ ଦଉଛି । ଦୀର୍ଘ ବର୍ଷ ପରେ ଗାଁର ଏହି ୧୪ ଜଣ ଯୁବକ ଜେଲରୁ ବାହାରିବା ପରେ ନିଜେ ସ୍ବାବଲମ୍ବୀ ହେବା ସହିତ ଗାଁର ଅନ୍ୟ ଲୋକଙ୍କୁ ମଧ୍ୟ ସ୍ବାବଲମ୍ବୀ କରାଇବାର ପ୍ରୟାସ ଜାରି ରଖିଛନ୍ତି । ରାୟଗଡା ବ୍ଳକ ବାଇସିଂ ପଚାଂୟତ ଚଚଂରାଡ୍ରୁଗୁମ ଗାଁର ଏହି ଯୁବକମାନେ ଜେଲରେ ଥିବାବେଳେ ଯାହା କିଛି ଶିଖିଥିଲେ ତାହା ଏବେ କାମରେ ଲଗାଉଛନ୍ତି । ନିଜେ ସୂତା କାଟିବା ସହ ବିଭିନ୍ନ ଲୂଗାରୁ ନେଇ ସାଲ୍, ରୁମାଲ ଆଦି ତିଆରି କରି ବେଶ୍ ଦୁଇ ପଇସା ପାଇବା ସହ ନିଜ ପରିବାର ସହିତ ଖୁସିରେ ଜୀବନ ଯାପନ କରିପାରୁଛନ୍ତି । ହେଲେ ଏହି ଲୁଗା ବୁଣିବା ପାଇଁ ଆବଶ୍ୟକ ସୁତା ଏଠାରେ ମିଳୁନଥିବା ବେଳେ ସୁତା ପାଇଁ ସେମାନଙ୍କୁ ସୂଦୁର ଗୁଜୁରାଟ ଓ ମହାରାଷ୍ଟ୍ର ଉପରେ ନିର୍ଭର କରିବାକୁ ପଡୁଛି । ଯାହାଦ୍ୱାରା ସେମାନଙ୍କୁ ଅଧିକ ଖର୍ଚାନ୍ତ ହବାକୁ ପଡୁଛି । ଏନେଇ କିଛି ସାହାଯ୍ୟ ସହଯୋଗ ପାଇଁ ଏମାନ. ଅନୁରାଧ କରିଛନ୍ତି ।

Advertisment

ରାୟଗଡାର ଏହି ୧୪ ଯୁବକ ମାନେ କୋରାପୁଟ ଜେଲରେ ୪ ବର୍ଷ ପରେ ରହି ସୂତା କାଟିବା ସହ ଲୁଗା ବୁଣିବାର କଳାକୌଶଳ ଶିକ୍ଷା ଲାଭ କରିଥିଲେ । ଏବେ ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ବାବଲମ୍ବୀ ହୋଇପାରିଛନ୍ତି । ଆଗକୁ ମଧ୍ୟ ଏହି କାମ କରି ଗୁଜୁରାଣ ମେଣ୍ଟାଇବା ସହ ଗାଁର ଅନ୍ୟ ଯବୁକମାନଙ୍କୁ ମଧ୍ୟ ସ୍ବାବଲମ୍ବୀ କରାଇବାକୁ କହିଛନ୍ତି ।

ଜେଲ୍ ଫେରନ୍ତା ଏହି ଆଦିବାସି ଯୁବକମାନେ ସ୍ବାଲମ୍ବୀ ହୋଇଥିବା ବେଳେ ଏବେ ସ୍ବଚ୍ଛଳ ଭାବେ ଜୀବନ ଅତିହିତ କରୁଛନ୍ତି । ଯାହାକୁ ବେଶ ପ୍ରଶଂସନୀୟ ହୋଇପାରିଛି ।