କନକ ବ୍ୟୁରୋ : ସଦ୍ଦାମ ହୁସେନ୍ ଦୁଇ ଦସନ୍ଧିରୁ ଅଧୀକ ସମୟ ଧରି ଇରାକର ଶାସନ କ୍ଷମତାରେ ଥିଲେ । ୨୦୦୩ ରେ ତାଙ୍କର ଶାସନ ସମାପ୍ତ ହୋଇଥିଲା । ଏବଂ ୧୯୮୨ ମସିହାରେ ଡାଜିଲ ସହରରେ ତାଙ୍କର ୧୪୮ ଜଣ ବିରୋଧୀଙ୍କ ମୃତ୍ୟୁ ପାଇଁ କୋର୍ଟ ୨୦୦୬ ରେ ସଦ୍ଦାମଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ । ହେଲେ ଆମେରିକା ଓ ବ୍ରିଟେନକୁ ଧମକ ଦେଉଥିବା ଶାସକର ଜୀବନର ଶେଷ ସମୟ କେମିତିଥିଲା ?
୩୦ ଡିସେମ୍ବର ୨୦୦୬ ସକାଳୁ ସକାଳୁ ସଦ୍ଦାମଙ୍କୁ ଉଠାହୋଇଥିଲା । ସଦ୍ଦାମଙ୍କୁ କୁହା ହୋଇଥିଲା କି ଆଜି ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯିବ । କିନ୍ତୁ ସଦ୍ଦାମକୁ ଲାଗୁଥିଲା ତାଙ୍କୁ କେବେବି ଫାଶିର ସଜା ଶୁଣାଇବେ ନାହିଁ କୋର୍ଟ । ସଦ୍ଦାମ ଯେଉଁ କାରାଗାରରେ ଥିଲେ ସେଠାରେ ତାଙ୍କୁ ସୁରକ୍ଷା ଦେବା ପାଇଁ ୧୨ ଜଣ ଆମେରିକୀୟ ସୁରକ୍ଷାକର୍ମୀ ସେଠାରେ ଉପସ୍ଥିଥିଲେ । ଏହି ସୁରକ୍ଷାକର୍ମୀ ମାନଙ୍କ ମଧ୍ୟରୁ ଜଣେ ଏକ ପୁସ୍ତକ ଲେଖିଥିଲେ । ପୁସ୍ତକର ଆଖ୍ୟା ଥିଲା ତାଙ୍କ ପ୍ରାସାଦରେ ବନ୍ଦୀ ।
ଏହି ପୁସ୍ତକ କୁ ୱିଲ୍ ବାରଡେନୋରପେର ଲେଖିଥିଲେ । ଏହି ପୁସ୍ତକରେ ସଦ୍ଦାମଙ୍କ ଜୀବନର କିଛି ଦିଗ ବିଷୟରେ କୁହାଯାଇଛି ।ଯାହା ବିଷୟରେ ପୁରା ବିଶ୍ୱ ଅଜଣା ଥିଲା । ସଦ୍ଦାମଙ୍କ ଶେଷ ଦିନଗୁଡିକ ତାଙ୍କ ପ୍ରାସାଦରେ ଥିବା ବନ୍ଦୀରେ ମଧ୍ୟ ଉଲ୍ଲେଖ କରାଯାଇଥିଲା । ସଦ୍ଦାମ ତାଙ୍କ ମୃତ୍ୟୁର ଖବରରେ ବହୁତ ଦୁଃଖୀତ ଥିଲେ । କିନ୍ତୁ ସେ ଏହି ବାବଦରେ ତାଙ୍କର ସୁରକ୍ଷାକର୍ମୀ ମାନଙ୍କୁ ଜଣାଇବା ପାଇଁ ଦେଇନଥିଲେ । ସେ ପୁରା ଶାନ୍ତ ରହି ସ୍ନାନ କରି ପ୍ରସ୍ତୁତ ହେଲେ ଓ ଯେତେବେଳେ ୧୨ ଜଣ ଆମେରିକୀୟ କର୍ମଚାରୀ ତାଙ୍କୁ ନେଉଥିଲେ ଫାଶୀ ପାଇଁ ସେତେବେଳେ ସଦ୍ଦାମ ସଂପୂର୍ଣ୍ଣ ଶାନ୍ତ ଥିଲେ । ତାଙ୍କୁ ସକାଳ ୬ ଟାରେ ଫାଶୀ ଦେବାର ଥିଲା ।
ତାଙ୍କୁ ଫାଶୀ ଖୁଣ୍ଟ ନିକଟରେ ପଂହଚାଇବା ମାତ୍ରେ ତାଙ୍କ ମୁଣ୍ଡ ଉପରେ ଏକ କଳା କପଡା ଲଗାଯାଇଥିଲା । କିନ୍ତୁ ସଦ୍ଦାମ ଏହି କଳା କପଡାକୁ ପିନ୍ଧିବା ପାଇଁ ମନା କରିଦେଇଥିଲେ । ସେ କହିଥିଲେ କି, ମୁଁ ବିନା କଳା କପଡାରେ ଚେହେରା ଘୋଡାଇ ମରିବା ପାଇଁ ଚାହୁଁଛି । ସୂଚନା ଅନୁସାରେ ଯେତେବେଳେ ସଦ୍ଦାମ ନାମରେ କାଉଣ୍ଟିଙ୍ଗ୍ ଆରମ୍ଭ କରିଥିଲେ, ସେତେବେଳେ ଆମେରିକାର ସୁରକ୍ଷାକର୍ମୀମାନେ ତାଙ୍କୁ ଦେଖି କାନ୍ଦିବାରେ ଲାଗିଥିଲେ ।