କନକ ବ୍ୟୁରୋ : ୧୯ ବର୍ଷରୁ କମ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ସୌରାଷ୍ଟ୍ର ପକ୍ଷରୁ ରଣଜୀ ମ୍ୟାଚ୍ ଖେଳୁଥିବା ଉଦୀୟମାନ ଭାରତୀୟ କ୍ରିକେଟର ଅଭି ବରୁଟଙ୍କ ଅକାଳ ବିୟୋଗ । ମାତ୍ର ୨୯ ବର୍ଷ ବୟସରେ ହୃଦଘାତରେ ପ୍ରାଣ ହରାଇଛନ୍ତି ଅଭି । ଏନେଇ ଟୁଇଟ୍ କରି ସୂଚନା ଦେଇଛି ସୌରାଷ୍ଟ୍ର କ୍ରିକେଟ ସଂଘ ।
ଅଭି ବରୁଟ ପୂର୍ବରୁ ୧୯ ବର୍ଷରୁ କମ୍ ଭାରତୀୟ ବିଶ୍ୱକପ୍ ଦଳର ଅଧିନାୟକ ରହିଥିଲେ । ଗତ କିଛି ବର୍ଷ ହେବ ସୌରାଷ୍ଟ୍ର ପକ୍ଷରୁ ରଣଜୀ କ୍ରିକେଟ ଖେଳିଛନ୍ତି ଅଭି । ୨୦୧୯-୨୦ ବର୍ଷରେ ସୌରାଷ୍ଟ୍ର ରଣଜୀ ଚାମ୍ପିଅନ ଦଳର ସଦସ୍ୟ ଥିଲେ ଅଭି ବରୁଟ । ସେ ୩୮ଟି ପ୍ରଥମ ଶ୍ରେଣୀ ମ୍ୟାଚ, ୩୮ଟି ଲିଷ୍ଟ ଏ ମ୍ୟାଚ ଏବଂ ୨୦ଟି ଘରୋଇ ଟି ୨୦ ମ୍ୟାଚ ଖେଳିଛନ୍ତି । ଗତକାଲି ତାଙ୍କର ଏପରି ହଠାତ୍ ଅକାଳ ବିୟୋଗରେ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଗଭୀର ଶୋକ ପ୍ରକାଶ କରିଛି ।
Our hearts bleed as outstanding player and very noble being Avi Barot is no more with us. It’s extremely shocking and saddening. May his noble soul be in shelter of benevolent Almighty. Avi, you shall be missed forever #rip@saucricket@GCAMotera@BCCI@BCCIdomestic#cricketpic.twitter.com/wzRONq95JV
— Saurashtra Cricket (@saucricket) October 16, 2021
ଡାହାଣ ହାତୀ ବ୍ୟାଟିଂ ସହ ଅଫ ସ୍ପିନ୍ ବୋଲିଂ କରୁଥିଲେ ଅଭି ବରୁଟ । ସେ ଜଣେ ୱିକେଟ କିପର ବ୍ୟାଟର ଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟରେ ୧୫୪୭ ଏବଂ ଲିଷ୍ଟ ଏ କ୍ରିକେଟରେ ୧୦୩୦ ରନ୍ ଏବଂ ଟି ୨୦ କ୍ରିକେଟରେ ୭୧୭ ରନ୍ ସ୍କୋର କରିଛନ୍ତି । ସୌରାଷ୍ଟ୍ର ପକ୍ଷରୁ ୨୧ଟି ରଣଜୀ ମ୍ୟାଚ୍, ୧୭ଟି ଲିଷ୍ଟ ଏ ମ୍ୟାଚ ଏବଂ ୧୧ଟି ଘରୋଇ ଟି ୨୦ ମୁକାବିଲାରେ ପ୍ରତିନିଧିତ୍ୱ କରିଥିଲେ । ୨୦୨୧ ମସିହାରେ ସୟଦ ମୁସ୍ତକ ଅଲ୍ଲୀ ଟୁର୍ଣ୍ଣାମେଂଟରେ ଗୋଆ ବିପକ୍ଷରେ ୫୩ ବଲରୁ ୧୨୨ ରନର ଇନିଂସ ଖେଳି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ୨୦୧୧ ରେ ସେ ୧୯ ବର୍ଷରୁ କମ୍ ଭାରତୀୟ ଦଳର ଅଧିନାୟକ ରହିଥିଲେ । ତାଙ୍କର ଏପରି ଅକାଳ ବିୟୋଗ କ୍ରିକେଟପ୍ରେମୀଙ୍କୁ ଶୋକରେ ବୁଡାଇ ଦେଇଛି ।