ପୂର୍ବ କ୍ରିକେଟର ପାର୍ଥିବ ପଟେଲଙ୍କ ପିତାଙ୍କ ନିଧନ, ଟ୍ୱିଟ ଯୋଗେ ସୂଚନା ଦେଲେ ପାର୍ଥିବ

55

କନକ ବ୍ୟୁରୋ :  ଭାରତୀୟ କ୍ରିକେଟ ଟିମର ପୂର୍ବତନ ୱିକେଟ କିପର ପାର୍ଥିବ ପଟେଲଙ୍କ ପିତାଙ୍କ ଦେହାନ୍ତ ହୋଇଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ପାର୍ଥିବ ପଟେଲ । ପାର୍ଥିବଙ୍କ ପିତା ଅଜୟଭାଇ ବିପିନଚନ୍ଦ ପଟେଲ ୨୦୧୯ ମସିହାରୁ ମସ୍ତିକ ରୋଗରେ ପୀଡିତ ଥିଲେ ।

ଏନେଇ ପାର୍ଥିବ ଏକ ଟ୍ୱିଟ୍ ଯୋଗେ ସୂଚନା ଦେଇ କହିଛନ୍ତି କି, “ମୋ ପିତା ଅଜୟଭାଇ ବିପିନଚନ୍ଦ ପଟେଲଙ୍କର ସେପ୍ଟେମ୍ବର ୨୬ରେ ଦେହାନ୍ତ ହୋଇଯାଇଛି , ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି କି ଆପଣଙ୍କ ବିଚାରରେ ମୋ ପିତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାଥନା କରନ୍ତୁ ।”

ପୂର୍ବ ୨ ବର୍ଷ ପାର୍ଥିବ ପଟେଲଙ୍କ ପାଇଁ ବେସ ଚ୍ୟାଲେଜିଂ ଥିଲା । ୨୦୧୯ ରେ ପାର୍ଥିବ ତାଙ୍କ ପିତାଙ୍କ ଅସୁସ୍ଥତା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ପାର୍ଥିବ ସେତେବେଳେ ଆଇପିଏଲରେ ଆରସିବି ପାଇଁ ଖେଳୁଥିଲେ । ସେ ୨୦୧୯ ରେ ଆରସିବି ଟିମରେ ତୃତୀୟ ବ୍ୟାଟ୍ସମ୍ୟାନେ ଭାବେ ସର୍ବାଧିକ ରନ କରିଥିଲେ । ଆରସିବି ବ୍ୟତୀତ ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ୍, ଡେକ୍କନ ଚାର୍ଜସ,କୋଚି ଟସ୍କର୍ସ, ସନ ରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବି ଖେଳିଛନ୍ତି ।

ଅନ୍ୟପଟେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ବି ପାର୍ଥିବଙ୍କ ଭଲ ପ୍ରଦର୍ଶନ ରହିଛି । ସେ ଭାରତ ପାଇଁ ୨୫ ଟି ଟେଷ୍ଟମ୍ୟାଚ୍ ଓ ୩୮ ଟି ଏକଦିବସୀୟ ମ୍ୟାଚ୍ ଖେଳିଛନ୍ତି ।