ଧୋନୀ ଦେବେ ଟି-୨୦ ବିଶ୍ୱକପ୍ ବିଜୟୀ ମନ୍ତ୍ର । ମାହିଙ୍କୁ ଦଳର ମେଣ୍ଟର ଭାବେ ଦାୟିତ୍ୱ ଦେଲା ବିସିସିଆଇ ।

296

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଆଉ ଏହାରି ଭିତରେ କ୍ରୀଡାପ୍ରେମୀଙ୍କ ପାଇଁ ଆସିଛି ବଡ ଖୁସିଖବର । ୨୦୦୭ ଟି-୨୦ ବିଶ୍ୱକପ୍ ଏବଂ ୨୦୧୧ ବିଶ୍ୱକପ୍ ବିଜୟୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଦଳର ମେଣ୍ଟର ଭାବେ ଦାୟିତ୍ୱ ଦେଇଛି ଭାରତୀୟ କ୍ରିକେଟ୍ ବୋର୍ଡ । ଏନେଇ ବିସିସିଆଇ ସମ୍ପାଦକ ଜୟ ଶାହା ସୂଚନା ଦେଇଥିବା, ବିସିସିଆଇ ଟ୍ୱିଟ୍ କରି ସୂଚନା ଦେଇଛି ।

ପ୍ରଥମ ଥର ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱ ବିନା ଭାରତୀୟ ଦଳ ଟି-୨୦ ବିଶ୍ୱକପ୍ ଖେଳିବାକୁ ଯାଉଥିବା ବେଳେ ଏଥର ଅଧିନାୟକ ନୁହେଁ ବରଂ ମେଣ୍ଟର ଭାବେ ଦଳକୁ ବିଜୟୀ ମନ୍ତ୍ରୀ ଦେବେ ମାହି । ୨୦୦୭ରେ ଖେଳାଯାଇଥିବା ପ୍ରଥମ ଟି-୨୦ ବିଶ୍ୱକପରେ ସଫଳ ଅଧିନାୟିକତ୍ୱର ପରିଚୟ ଦେଇ ଭାରତକୁ ପ୍ରଥମ ଟି-୨୦ ବିଶ୍ୱକପ ବିଜେତା ବନାଇଥିଲେ ଧୋନୀ ।