କନକ ବ୍ୟୁରୋ: ଆରପାରିରେ ପୂର୍ବତନ ଭାରତୀୟ କ୍ରିକେଟର ବିଶନ ସିଂହ ବେଦୀ । ସୋମବାର ୭୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିିଛି । ୧୯୭୦ ଦଶକରେ ଭାରତୀୟ ଟିମରେ ଖେଳୁଥିବା ଏହି ସ୍ପିନ ବୋଲର ନିଜ ସ୍ପିନର ବୋଲିଂରେ ବିପକ୍ଷ ଦଳର ବ୍ୟାଟ୍ସମ୍ୟାନମାନଙ୍କୁ ଅଡୁଆରେ ପକାଉଥିଲେ । ହେଲେ ଆଜି କିନ୍ତୁ ସେ ସମସ୍ତଙ୍କୁ ପର କରି ଆରପାରିକୁ ଚାଲିଯାଇଛନ୍ତି ।
୧୯୪୬ ମସିହା ସେପ୍ଟେମ୍ବର ୨୫ ତାରିଖରେ ଅମୃତସରରେ ଜନ୍ମଗ୍ରହଣ କରିଥିଲେ ବିଶନ ସିଂହ ବେଦୀ । ସେ ଥିଲେ ଜଣେ ବାମହାତୀ ଚତୁର ସ୍ପିନ ବୋଲର । ଭାରତ ପାଇଁ ସେ ୧୯୬୬ରୁ ୧୯୭୯ ପର୍ଯ୍ୟନ୍ତ କ୍ରିକେଟ୍ ଖେଳିଥିଲେ । ଏହା ଭିତରେ ସେ ୨୨ଟି ଟେଷ୍ଟ ମ୍ୟାଚରେ ଭାରତ ପାଇଁ କ୍ୟାପଟେନ୍ ମଧ୍ୟ ରହିଥିଲେ ।
ନିଜର କ୍ୟାରିୟର ଭିତରେ ବିଶନ ସିଂହ ବେଦୀ ୬୭ଟି ଟେଷ୍ଟ ମ୍ୟାଚ୍ ଖେଳି ୨୬୬ଟି ୱିକେଟ୍ ପାଇଥିଲେ । ସେହିପରି ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ନେଇଥିଲେ ୧୫୬୦ ୱିକେଟ୍ । ତେବେ ପଞ୍ଜାବରୁ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିବା ଏହି କ୍ରିକେଟର ଜଣକ ଭାରତୀୟ ଟିମ୍ ସହିତ ଦିଲ୍ଲୀ ଟିମ୍ ତରଫରୁ ମଧ୍ୟ କ୍ରିକେଟ୍ ଖେଳିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ସେ ମୋଟ ୧୨ ବର୍ଷ ଧରି ସକ୍ରିୟ ରହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/10/164387-dzokkrdmwh-1632499620.jpeg)