ଇଡିରେ ହାଜର ହେଲେ ଅଭୟକାନ୍ତ ପାଠକ : ପୁଅ ଆକାଶଙ୍କ ଆକାଉଂଟରୁ ବାପାଙ୍କ ଆକାଉଂଟକୁ ଯାଉଥିଲା କୋଟି କୋଟି ଟଙ୍କା

୮ କୋଟି ଟଙ୍କାର ନେଣଦେଣକୁ ନେଇ ଖୋଳତାଡ଼ ଚଳାଇଛି ଇଡି

100

କନକ ବ୍ୟୁରୋ : ଇଡ଼ିରେ ହାଜର ହେଲେ ଅଭୟ ପାଠକ । ପ୍ରବର୍ତନ ନିର୍ଦ୍ଦେଶାଳୟରେ ଅଭୟ ପାଠକ ହାଜର ହୋଇଛନ୍ତି । ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ସମନ ଜାରି କରିଥିଲା ଇଡ଼ି । ବିଭିନ୍ନ ଅଭିଯୋଗରେ ତଦନ୍ତ ପାଇଁ ସମନ ହୋଇଥିଲା । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ ଅଭୟକାନ୍ତ ପାଠକ ।

ପୁଅ ଆକାଶ ପାଠକଙ୍କ ଆକାଉଂଟରୁ ଅଭୟଙ୍କ ଆକାଉଂଟକୁ କୋଟି କୋଟି ଟଙ୍କା ଯାଇଛି । ୮ କୋଟି ଟଙ୍କାର କାରବାର ନେଇ ଇଡ଼ିର ଖୋଳତାଡ ଜାରି ରହିଛି । ଆର୍ଥିକ ଦେଣନେଣ ଉପରେ ଇଡ଼ିର ନଜର ରହିଛି । ଅଭୟକାନ୍ତଙ୍କୁ ଜେରା ପରେ ଏକାଧିକ ସମନ ଜାରି କରିପରେ ଇଡ଼ି । ଏନେଇ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୁଚନା ମିଳିଛି ।