କନକ ବ୍ୟୁରୋ : ଇଡ଼ିରେ ହାଜର ହେଲେ ଅଭୟ ପାଠକ । ପ୍ରବର୍ତନ ନିର୍ଦ୍ଦେଶାଳୟରେ ଅଭୟ ପାଠକ ହାଜର ହୋଇଛନ୍ତି । ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ସମନ ଜାରି କରିଥିଲା ଇଡ଼ି । ବିଭିନ୍ନ ଅଭିଯୋଗରେ ତଦନ୍ତ ପାଇଁ ସମନ ହୋଇଥିଲା । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ ଅଭୟକାନ୍ତ ପାଠକ ।
ପୁଅ ଆକାଶ ପାଠକଙ୍କ ଆକାଉଂଟରୁ ଅଭୟଙ୍କ ଆକାଉଂଟକୁ କୋଟି କୋଟି ଟଙ୍କା ଯାଇଛି । ୮ କୋଟି ଟଙ୍କାର କାରବାର ନେଇ ଇଡ଼ିର ଖୋଳତାଡ ଜାରି ରହିଛି । ଆର୍ଥିକ ଦେଣନେଣ ଉପରେ ଇଡ଼ିର ନଜର ରହିଛି । ଅଭୟକାନ୍ତଙ୍କୁ ଜେରା ପରେ ଏକାଧିକ ସମନ ଜାରି କରିପରେ ଇଡ଼ି । ଏନେଇ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୁଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/17-8.jpg)