କନକ ବ୍ୟୁରୋ: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଘୋଷଣା ହୋଇଛି ଓଡିଶା ଦଳ । ଆଉ ଏହି ଟିମରେ ସ୍ଥାନ ପାଇଛନ୍ତି ହଂକଂ ଦଳରେ ଅଧିନାୟକ ରହିସାରିଥିବା ଅଶୁଂମାନ ରଥ । ଜଣେ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳି ଏବେ ଓଡିଶା ଦଳରେ ସାମିଲ ହେବା ନିହାତି ଭାବେ ଓଡିଶା ପାଇଁ ଫଳପ୍ରଦ ହେବ । ତେବେ ଆଗାମୀ ସୟଦ ମୁସ୍ତାକ ଅଲ୍ଲୀ ମ୍ୟାଚରେ ଖେଳିପାରନ୍ତି ଅଶୁଂମାନ ।
ଅଶୁଂମାନ ୨୦୧୪ରେ ହଂକଂ ଦଳରେ ଡେବ୍ୟୁ କରିଥିଲେ । ପରେ ଏସିଆ କପରେ ଅଧିନାୟକ ଭାବେ ହଂକଂ ପକ୍ଷରୁ ଖେଳିଥିଲେ । ଏସିଆ କପରେ ଭାରତ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲେ ଅଂଶୁମାନ । ସେ ୯୭ ବଲରୁ ୭୩ ରନ ସଂଗ୍ରହ କରିଥିଲେ । ପରେ ୨୦୧୯ରେ ସେ ହଂକଂ କ୍ରିକେଟରୁ ଅବସର ନେଇ ଓଡିଶା ଚାଲିଆସିଥିଲେ । ଆଉ ଏବେ ଘରୋଇ କ୍ରିକେଟରେ ଯୋଗ ଦେଇଛନ୍ତି ।
ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଘୋଷଣା ହୋଇଥିବା ଓଡିଶା ଦଳରେ ଅଧିନାୟକ ରହିଛନ୍ତି ରାଜେଶ ଧୂପର । ତେବେ ଅଶୁଂମାନଙ୍କ ଭଳି ଜଣେ ଅଭିଜ୍ଞ ଖେଳାଳିଙ୍କ ସହ ଖେଳିବା ନିହାତି ଓଡିଶା ଟିମ ପାଇଁ ଫଳପ୍ରଦ ରହିବ । ଓଡିଶା ତାର ପ୍ରଥମ ମ୍ୟାଚ ନଭେମ୍ବର ୪ ତାରିଖରେ ଗୋଆକୁ ଭେଟିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/9-17.jpg)