‘ହାତ’ ଛାଡ଼ିଲେ ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ତଳସରା ଟିକେଟ୍ ଦେଇ ପୁଣି ଛଡ଼ାଇନେଇଥିଲା କଂଗ୍ରେସ ।

771

କନକ ବ୍ୟୁରୋ: ଟିକେଟ୍ କଟିବା ପରେ କ୍ୟାମେରା ଆଗରେ କାନ୍ଦିଥିଲେ ଏବେ କଂଗ୍ରେସ ଛାଡ଼ିଲେ ପୂର୍ବତନ ଭାରତୀୟ ହକି ତାରକା ପ୍ରବୋଧ ତିର୍କୀ । ତଳସରା ଆସନରୁ ବେବେନ୍ଦ୍ରଙ୍କୁ ଟିକେଟ ମିଳିବା ପରେ ଦଳ ଛାଡ଼ିଲେ ପ୍ରବୋଧ । ଟିକେଟ ଦେଇ ଟିକେଟ କାଟିବା କାରଣ କଣ ବୋଲି କରି କନକ ନ୍ୟୁଜରେ କାନ୍ଦିଥିଲେ ପ୍ରବୋଧ ତିର୍କୀ । ତେବେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କଲି କିନ୍ତୁ ବିଫଳ ହେଲି । ଲୋକଙ୍କ ସେବା କରିବାକୁ କଂଗ୍ରେସରେ ସାମିଲ ହୋଇଥିଲି କିନ୍ତୁ ଦଳରେ ସମ୍ମାନ ମିଳିଲାନି । ଏବେ କଂଗ୍ରେସ ଛାଡ଼ିଲି କର୍ମୀଙ୍କ ସହ ଆଲୋଚନା କରି ଆଗକୁ ନିଷ୍ପତ୍ତି କ’ଣ ନେବି ସେ ବାବଦରେ ଜଣାଇବି ।