ମହଙ୍ଗା ପଡିଲା ବିଚାରପତିଙ୍କ ପତ୍ନୀ ଓ ମହିଳା ବିଚାରପତିଙ୍କ ବିରୋଧରେ ଆପତ୍ତି ଜନକ ମନ୍ତ୍ରବ୍ୟ । ହାଇକୋର୍ଟର ପୂର୍ବତନ ଜଜ୍ ସିଏସ୍ କର୍ଣ୍ଣନ ଗିରଫ୍

195

କନକ ବ୍ୟୁରୋ : ବିଚାରପତିଙ୍କ ପତ୍ନୀ ଓ ମହିଳା ବିଚାରପତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ହାଇକୋର୍ଟର ପୂର୍ବତନ ବିଚାରପତି ସି.ଏସ କର୍ଣ୍ଣନଙ୍କୁ ଗିରଫ୍ କରାଯାଇଛି ।  ଜଷ୍ଟିସ୍ କର୍ଣ୍ଣନ ପୂର୍ବରୁ ବି ନ୍ୟାୟପାଳିକା ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ୨୦୧୭ ମେ ମାସ ୯ ତାରିଖରେ କୋର୍ଟକୁ ଅବମାନନା କରିଥିବା ଅଭିଯୋଗରେ ଦୋଷୀ ସାବସ୍ତ୍ୟ ହୋଇ ୬ ମାସ ଜେଲଦଣ୍ଡ କାଟିଛନ୍ତି ।
ଏବେ ତାଙ୍କ ଉପରେ ଏଭଳି ଆରୋପ ଲାଗିଛି ଯେ ଅଭିଯୋଗ ହେବା ମାତ୍ରେ ତାଙ୍କୁ ଗିରଫ୍ କରାଯାଇଛି । ଅଭିଯୋଗ ମୁତାବକ ସେ କିଛିଦିନ ହେବ ଅଭ୍ୟାସଗତ ଭାବେ ହାଇକୋର୍ଟର ଜଜ୍ ମାନଙ୍କ ବିରୋଧରେ ଅପମାନଜନକ ଓ ମାନହାନୀ କରିବା ଭଳି ଟିପ୍ପଣୀ ଦେଉଛନ୍ତି ଓ ଏହାକୁ ଅନଲାଇନରେ ପୋଷ୍ଟ କରୁଛନ୍ତି । ଏଭଳି ଅଭିଯୋଗ ଆସିବା ପରେ ଚେନ୍ନାଇ ପୋଲିସ ତାଙ୍କୁ ଆଜି (ବୁଧବାର) ଗିରଫ୍ କରିଛି ।
ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ କର୍ଣ୍ଣନ ମହିଳା ବିଚାରପତି ଓ ବିଚାରପତିଙ୍କ ପତ୍ନୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ସହ ତାହାକୁ ଅନଲାଇନରେ ପୋଷ୍ଟ କରିଥିଲେ । ଯାହାକି ୟୁଟ୍ୟୁବ୍ ମାଧ୍ୟମରେ ସମସ୍ତଙ୍କ ନଜରକୁ ଆସିଥିଲା ।