କନକ ବ୍ୟୁରୋ : ଦିନେ ସକାଳୁ ରାତି ଯାଏଁ ଘର ବାହାରେ ଲୋକଙ୍କ ଭିଡ ଜମୁଥିଲା । କିଏ ମୁଣ୍ଡିଆ ମାରୁଥିଲା ତ ଆଉ କିଏ କାମ ପାଇଁ ଗୁହାରୀ କରୁଥିଲା । ହେଲେ ଭାଗ୍ୟର ବିଡମ୍ବନା, ଅନ୍ୟକୁ କାମ ଦେଉଥିବା ମଣିଷ ବର୍ତମାନ ଦାଦନ । ପେଟ ପାଇଁ ଦାଦନ ଖଟୁଛନ୍ତି ପୂର୍ବତନ ବ୍ଲକ ଅଧ୍ୟକ୍ଷ । ତାମିଲନାଡୁର ଏକ କାରଖାନାରେ ମେସିନ ଚଳାଇଲେ ପରିବାର ଚଳୁଛି । ଏ ହେଉଛନ୍ତି ସମ୍ବଲପୁର ଧନକଉଡା ବ୍ଲକ କାନ୍ତି କୁମ୍ଭାର । ୧୯୯୭-୨୦୦୧ ଯାଏଁ ସମ୍ବଲପୁର ଧନକଉଡା ବ୍ଲକ ଅଧ୍ୟକ୍ଷ ରହିଥିଲେ କାନ୍ତି ।

Advertisment

ସମୟ ସୁଅରେ ବଦଳି ଯାଇଛି ଜୀବନର ଗତିପଥ । ଅବିବାହିତ ବଳେ ବ୍ଲକ ଅଧ୍ୟକ୍ଷ ଥିବା କାନ୍ତିଙ୍କ ଜୀବନ ବଦଳିଗଲା ବିବାହ ପରେ । ୨୦୦୦ ମସିହାରେ ବିବାହ କରି କିଛି ଦିନ ଖୁସିରେ ଘର ସଂସାର କରିଥିଲେ କାନ୍ତି । ୨୦୦୪ରେ ପାରିବାରିକ କଳହରୁ ସ୍ୱାମୀ ଛାଡି ଦେଲା ପରେ ବଂଚିବା ପାଇଁ ତାମିଲନାଡୁରେ ଦାଦନ ପାଲଟିଯାଇଛନ୍ତି ଜଣେ ପୂର୍ବତନ ଜନ ପ୍ରତିନିଧି ।