ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଦେହାନ୍ତ । ୮୧ ବର୍ଷ ବୟସରେ ନେଲେ ଅନ୍ତିମ ନିଶ୍ୱାସ ।

Advertisment
ପଞ୍ଜାବ ଝିଅ, ଉତ୍ତର ପ୍ରଦେଶ ବୋହୂ । ଦିଲ୍ଲୀରେ କଂଗ୍ରେସକୁ ଦେଇଥିଲେ ନୂଆ ପରିଚୟ, ଗୋଟିଏ କ୍ଲିକରେ ଜାଣନ୍ତୁ ଶୀଲାଙ୍କ ପୂରା ରାଜନୀତି କ୍ୟାରିୟର ।

କନକ ବ୍ୟୁରୋ : ଆରପାରିରେ ଶୀଲା ଦୀକ୍ଷିତ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଦେହାନ୍ତ । ୮୧ ବର୍ଷ ବୟସରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତ୍ରୀ । ଅପରାହ୍ନ ୩ଟା ୩୦ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏହାପୂର୍ବରୁ ଶୀଲା ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ସହ ଚିକିତ୍ସିତ ହେଉଥିଲେ । ତେବେ ଆଜି ହୃଦଘାତ କାରଣରୁ ସବୁ ଦିନ ପାଇଁ ଆଖି ବୁଜିଛନ୍ତି ଶୀଲା ।

ଦିଲ୍ଲୀର ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିଛନ୍ତି ଶୀଲା । ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି ଶୀଲା । ତେବେ ୨୦୧୩ ବିଧାନସଭା ନିର୍ବାଚନରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ନିକଟରୁ ପରାଜିତ ହେବା ସହ ଶୀଲାଙ୍କ ରାଜନୀତି କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡିଥିଲା ।

ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାଜିତ ହେବା ପରେ କେରଳର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ ଶୀଲା । ପରେ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ପରାଜୟର ସାମ୍ନା କରିଥିଲେ ଶୀଲା । ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଶୀଲା କଂଗ୍ରେସ ଟିକେଟରେ ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe