ବେକରେ ଫାଶି ଲଗାଇ ଆତ୍ମହତ୍ୟା କଲେ ଦିଲ୍ଲୀ ବିଜେପିର ପୂର୍ବତନ ଉପାଧ୍ୟକ୍ଷ ଜିଏସ୍ ବାବା । ପାର୍କରୁ ମିିଳିଲା ମୃତଦେହ

199

କନକ ବ୍ୟୁରୋ : ଦିଲ୍ଲୀ ବିଜେପିର ପୂର୍ବତନ ଉପାଧ୍ୟକ୍ଷ ଜିଏସ୍ ବାବା ଗତକାଲି ରାତିରେ ଦିଲ୍ଲୀର ଏକ ପାର୍କରେ ବେକରେ ଫାଶି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସେ ପାର୍କ ଗ୍ରୀଲରେ ଫାଶି ଦେଇଛନ୍ତି । ୫୮ ବର୍ଷିୟ ଏହି ବିଜେପି ନେତା ପଶ୍ଚିମ ଦିଲ୍ଲୀର ଫତହେ ନଗରରେ ରହୁଥିଲେ । ସଂନ୍ଧ୍ୟା ସମୟରେ ଲୋକମାନେ ପାର୍କରେ ବୁଲୁଥିବା ବେଳେ ବାବାଙ୍କ ଶବ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ଯାଂଚ କରିବା ପରେ ମୃତକ ଜଣଙ୍କ ଦିଲ୍ଲୀ ବିଜେପିର ପୂର୍ବତନ ଉପାଧ୍ୟକ୍ଷ ଜିଏସ୍ ବାବା ବୋଲି ପରିଚୟ ମିଳିଥିଲା । ପୋଲିସ ଶବଟିକୁ ପୋଷ୍ଟମର୍ଟମ୍ କରିବାକୁ ପଠାଇ ଦେଇ ଘଟଣାର ଯାଂଚ କରୁଛି ।

କହିରଖୁ କି କିଛିଦିନ ହେବ ଦିଲ୍ଲୀ ଏନସିଆରରେ ଆତ୍ମହତ୍ୟା ସଂଖ୍ୟା ବଢିବାରେ ଲାଗିଛି । କିଛିଦିନ ତଳେ ଉତ୍ତରପ୍ରଦେଶ ନୋଇଡାର ଅଲଗା ଅଲଗା ସ୍ଥାନରେ ୪ ଜଣ ଲୋକ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଏବେ ବି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏଭଳି ଆତ୍ମହତ୍ୟା ଘଟଣାମାନ ସାମ୍ନାକୁ ଆସିବା ପରେ ପୋଲିସ ଏନେଇ ପ୍ରତ୍ୟେକଟି ଦିଗ ଉପରେ ତଦନ୍ତ ଚଳାଇଛି ।