ଦିଲ୍ଲୀ ରାଜନୀତିକୁ ଆଉ ଏକ ଝଟକା ! ପୂର୍ବ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ୍ ଙ୍କ ନିଧନ ପରେ ବିଜେପିର ଏହି ବରିଷ୍ଠ ନେତା ବୁଜିଲେ ଆଖି ।

434

ଶନିବାର ଦିଲ୍ଲୀରେ ତିନିଥର ମୁଖ୍ୟମନ୍ତ୍ରୀ ହୋଇଥିବା ଶୀଲା ଦୀକ୍ଷିତ୍ ଙ୍କ ନିଧନ ପରେ ରବିବାର ଦିଲ୍ଲୀ ବିଜେପିର ପୂର୍ବ ଅଧ୍ୟକ୍ଷ ତଥା ବିଧାୟକ ଏବଂ ବରିଷ୍ଠ ସଂଘ ସହଯୋଗର ମାଙ୍ଗେ ରାମ୍ ଗର୍ଗଙ୍କ ନିଧନ ହୋଇଯାଇଛି । ସେ ଦୀର୍ଘ ସମୟରୁ ରୋଗରେ ଥିଲେ ଏବଂ ଦିଲ୍ଲୀର ଏକ୍ସନ୍ ବାଲାଜୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ରବିବାର ସକାଳ ୮ ଟାରେ ସେ ଇହଧାମ ତ୍ୟାଗ କରିଛନ୍ତି । ଅନ୍ତିମ ଦର୍ଶନ ପାଇଁ ତାଙ୍କ ପାର୍ଥୀବ ଶରୀରକୁ ତାଙ୍କ ବାସସ୍ଥାନରେ ରଖାଯାଇଛି । ୧୧.୩୦ ପର୍ଯ୍ୟନ୍ତ ତାଙ୍କ ଶରୀରକୁ ଦର୍ଶନ ପାଇଁ ରଖାଯିବ । ୧୨ ଟାରୁ ୧ ମଧ୍ୟରେ ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯିବ । ମାଙ୍ଗେ ରାମ୍ ଗର୍ଗ ତାଙ୍କ ଶରୀରକୁ ଦାନ କରିବା ପାଇଁ ସଂକଳ୍ପ କରିଥିଲେ । ବିଜେପି କାର୍ଯ୍ୟାଳୟରୁ ତାଙ୍କ ପାର୍ଥୀବ ଶରୀରକୁ ଦେହଦାନ ପାଇଁ ୧.୦୦ ସମୟରେ ଡାକ୍ତରଖାନା ନିଆଯିବ ।

ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିର ନିର୍ବାଚନ ରଣନୀତିରେ ପ୍ରଚାରକୁ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ବିଜେପି ନେତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲେ । ଏହି ନେତାମାନଙ୍କ ମଧ୍ୟରେ ଥିଲେ ମାଙ୍ଗେ ରାମ୍ ଗର୍ଗ ମଧ୍ୟ ସାମିଲ ଥିଲେ ।