କନକ ବ୍ୟୁରୋ : କଂଗ୍ରେସର ‘ହାତ’ ଧରିଲେ ବିଜୟ ପଟ୍ଟନାୟକ । ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ହେଉଛନ୍ତି ବିଜୟ । ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ବିଜୟ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନେ ଖଡଗେ, ପିସିସି ସଭାପତି ଶରତ ପଟ୍ଟନାୟକ, ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାରଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି ବିଜୟ ।
କଂଗ୍ରେସରେ ଯୋଗ ଦେବା ପରେ ବିଜୟ କହିଛନ୍ତି, ପ୍ରଥମ ଥର ପାଇଁ ରାଜନୀତିରେ ପାଦ ଦେଇଛି । ନୀତି ଆଦର୍ଶକୁ ନେଇ ଆଗକୁ ବଢିବି । ଓଡ଼ିଶାେରେ ଦୁର୍ନୀତି ଓ କୁଶାସନ ଚାଲିଛି । ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚୁନାହିଁ । ମୁଁ ଲୋକଙ୍କ ପାଇଁ କାମ କରିବି । କଂଗ୍ରେସର ଉଦାରବାଦୀ ନୀତି ପାଇଁ ହାତ ଧରିଛି । ରାହୁଲଙ୍କ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା, ପ୍ରେମ ଓ ଭଲପାଇବାର ଯାତ୍ରା ବୋଲି କହିଛନ୍ତି ବିଜୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/vlcsnap-2023-02-10-15h37m24s915-1.jpg)