ପୂର୍ବତନ କ୍ରିକେଟର ୟୁସୁଫ୍ ପଠାନଙ୍କୁ କରୋନା । ନିଜକୁ ସଂଗରୋଧରେ ରଖିଲେ, ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ପରୀକ୍ଷା କାରାଇବାକୁ କହିଲେ ।

84

କନକ ବ୍ୟୁରୋ: ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନ୍ କରୋନା ପଜିଟିଭ୍ । ନିଜେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି ୟୁସୁଫ ପଠାନ୍ । ରିପୋର୍ଟ ପଜିଟିଭ୍ ଆସିବା ପରେ ପରେ ନିଜକୁ ଘରୋଇ ସଂଗରୋଧରେ ରଖିଛନ୍ତି ୟୁସୁଫ୍ ପଠାନ୍ । ବର୍ତ୍ତମାନ ଡାକ୍ତରଙ୍କ ପରାମର୍ଶ କ୍ରମେ ସଂଗରୋଧରେ ରହିବା ସହ ଔଷଧ ଗ୍ରହଣ କରୁଛନ୍ତି ।

ତେବେ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର କରୋନା ପଜିଟିଭ୍ ହେବାପରେ ପରେ ୟୁସୁଫ୍ ପଠାନ୍ କରୋନା ଆକ୍ରାନ୍ତ ହୋଇଛନ୍ତି । ଗତକାଲି ସକାଳେ ସଚିନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହା ପରେ ୟୁସୁଫ୍ ପଠାନ୍ ନିଜର କରୋନା ପରୀକ୍ଷା କରାଇଥିଲେ । ତାଙ୍କର ବି ପଜିଟିଭ୍ ଆସିଥିଲା । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ସେ ନିଜର କରୋନା ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି ୟୁସୁଫ୍ ।