ବାବର ଆଜମଙ୍କୁ ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦଙ୍କ ପରାମର୍ଶ । ମ୍ୟାଚ ଜିତିବା ଫର୍ମୁଲା କହି ବିରାଟ କୋହଲି –କେଏଲ ରାହୁଲଙ୍କ ଦେଲେ ଉଦାହରଣ

598

କନକ ବ୍ୟୁରୋ : ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜମଙ୍କ ଉପରେ ବର୍ଷିଲେ ପୂର୍ବତନ ଖେଳାଳୀ ସାହିଦ ଆଫ୍ରିଦି । ଆଫ୍ରିଦି କହିଛନ୍ତି ଚଳିତ ବିଶ୍ୱକପରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି ଓ ବିଶେଷ କରି ଅଧିନାୟକ ଭାବେ ବାବରଙ୍କ ପ୍ରଦର୍ଶନ ବେଶ ଖରାପ ରହିଛି । ଭାରତୀୟ କ୍ରିକେଟରଙ୍କ ଉଦାହରଣ ଦେଇ ସାହିଦ କହିଛନ୍ତି ବିରାଟ କୋହଲି ଓ କେ ଏଲ ରାହୁଲଙ୍କଠୁ କିଛି ଶିଖନ୍ତୁ ବାବର । ସେମାନଙ୍କ ଖେଳ ଶୈଳୀକୁ ଅନୁସରଣ କରନ୍ତୁ । ଆଫ୍ରିଦଙ୍କ କହିବା କଥା, ବାବର ଦଳକୁ ବିଜୟ କରିବା ଓ ସେ ରନ କରିବା ଦୁଇଟି ଭିନ୍ନ କଥା । ପଡିଆକୁ ଓହ୍ଲାଇଲେ ପାକିସ୍ତାନ ଜିତିବ ସେକଥା ମଧ୍ୟ ଲାଗୁନି । ଦଳକୁ ଏଭଳି ଜଣେ ଖେଳାଳୀ ଓ ଅଧିନାୟକଙ୍କ ଆବଶ୍ୟକତା ରହିଛି ଯିିଏ ମ୍ୟାଚ ସରିବା ପର୍ଯ୍ୟନ୍ତ ପଡିଆରେ ରହିପାରିବେ । ବାବର ନିଜର ପ୍ରଦର୍ଶନରେ ବାରମ୍ବାର ନିରାଶ କରୁଛନ୍ତି । ଶ୍ରେଷ୍ଠ ଖେଳାଳୀଙ୍କ ତାଲିକାରେ ରହିବାକୁ ହେଲେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡେ ।