କନକ ବ୍ୟୁରୋ: ପ୍ରଥମଥର ରାଜ୍ୟସଭା ଯିବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା । ଆଜି ରାଜସ୍ଥାନ ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ସୋନିଆ ଗାନ୍ଧୀ । ନାମାଙ୍କନ ବେଳେ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ ଉପସ୍ଥିତ ରହିବେ ।
ରାଜ୍ୟସଭା ପାଇଁ ରାଜସ୍ଥାନର ୩ଟି ଆସନ ଖାଲି ହେବାକୁ ଯାଉଛି । ଏହି ୩ଟି ଆସନ ମଧ୍ୟରୁ ଗୋଟିଏ ଆସନରେ ସୋନିଆ ଗାନ୍ଧୀ ରାଜ୍ୟସଭା ଯିବେ । ସଂଖ୍ୟା ଗଣିତର ଆକଳନ ଅନୁସାରେ ୨ଟି ଆସନ ବିଜେପି ଖାତାକୁ ଯାଉଥିବା ବେଳେ ଗୋଟିଏ ଆସନରେ କଂଗ୍ରେସ ଜିତିବାର ସଂଭାବନା ରହିଛି । ତେବେ ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ୫୬ ଆସନରୁ ୧୦ଟି ଆସନରେ କଂଗ୍ରେସ ଜିତିପାରେ । ତେଲେଙ୍ଗାନାରୁ ୨, କର୍ଣ୍ଣାଟକରୁ ୩, ରାଜସ୍ତାନ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ ଏବଂ ବିହାରୁ ଗୋଟିଏ ଲେଖାଏଁ ଆସନରୁ ବିଜୟୀ ହୋଇପାରେ କଂଗ୍ରେସ ।
ସୋନିଆ ଗାନ୍ଧୀ, ରାଜସ୍ଥାନରୁ ରାଜ୍ୟସଭା ଯିବା ପରେ ତାଙ୍କ ଆସନରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ପ୍ରିୟଙ୍କା ଗାନ୍ଧୀ । ରାଏବରେଲି ଲୋକସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି ପ୍ରିୟଙ୍କା । ୨୦୦୪ରୁ ରାଏବରେଲି ଆସନରୁ ଜିତି ଆସୁଛନ୍ତି ସୋନିଆ ଗାନ୍ଧୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/02/s-2.jpg)