ବିଜେଡିରେ ମିଶିଲେ ବରିଷ୍ଠ ନେତା ପ୍ରଦୀପ ମାଝୀ : ଗତ କିଛି ଦିନ ତଳେ କଂଗ୍ରେସ ଛାଡିଥିଲେ

209

କନକ ବ୍ୟୁରୋ : ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ଗତ କିଛି ଦିନ ତଳେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ପ୍ରଦୀପଙ୍କ ସହିତ ତାଙ୍କର ସମର୍ଥକମାନେ ମଧ୍ୟ ଶୋଭାଯାତ୍ରାରେ ଆସି ମିଶ୍ରଣ ପର୍ବରେ ଯୋଗଦେଇଥିବା ଜଣାପଡ଼ିଛି । ନବରଙ୍ଗପୁର ସହରର ସର୍କିଟ୍ ହାଉସ ଆଗରେ ଥିବା ପଡ଼ିଆରେ ପ୍ରସ୍ତୁତ ମଞ୍ଚରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏଥିରେ ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ  ନବରଙ୍ଗପୁର ଜିଲ୍ଲାର ବିଧାୟକ ଓ ନେତାମାନେ କାର୍ଯ୍ୟକ୍ରମ‌ରେ ଯୋଗଦେଇଛନ୍ତି ।

ଏହି ମିଶ୍ରଣପର୍ବରେ ବିଜେଡିର ନବରଙ୍ଗପୁର ଜିଲ୍ଲା ପ୍ରଭାରୀ ତଥା କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଓ ସାଂସଦ ରମେଶ ଚନ୍ଦ୍ର ମାଝୀ ଉପସ୍ଥିତ ଅଛନ୍ତି ।ଉଲ୍ଲେଖଯୋଗ୍ୟ ଯେ ମାସ ୨୨ ତାରିଖରେ ପ୍ରଦୀପ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଗତ ମାସ ୨୪ ତାରିଖ ଦିନ ତାଙ୍କ ସମର୍ଥକମାନେ କଂଗ୍ରେସ ଛାଡ଼ିବା ସହ ବିଜେଡିରେ ଯୋଗଦେବା ନେଇ ଘୋଷଣା କରିଥିଲେ । ଅନ୍ୟପଟେ ଗତ ୩୧ ତାରିଖ ଦିନ ପ୍ରଦୀପଙ୍କ ବିନା କଂଗ୍ରେସ ନିଜର ସ୍ଥିତି ଜାହିର କରିଥିଲା ।