ପୂର୍ବତନ କଂଗ୍ରେସ ବିଧାୟକ ଡମ୍ବରୁଧର ଉଲାକାଙ୍କ ପରଲୋକ । ବିଷମକଟକରୁ ୭ ଥର ବିଧାୟକ ଭାବେ ହୋଇଥିଲେ ନିର୍ବାଚିତ

Advertisment
ପୂର୍ବତନ କଂଗ୍ରେସ ବିଧାୟକ ଡମ୍ବରୁଧର ଉଲାକାଙ୍କ ପରଲୋକ । ବିଷମକଟକରୁ ୭ ଥର ବିଧାୟକ ଭାବେ ହୋଇଥିଲେ ନିର୍ବାଚିତ

କନକ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡମ୍ବରୁଧର ଉଲାକାଙ୍କ ପରଲୋକ ହୋଇଥିବାର ଖବର ମିଳିଛି। ମୃତ୍ୟୁ ମେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ସେ କଂଗ୍ରେସ ଟିକେଟରେ ରାୟଗଡ଼ା ଜିଲ୍ଲା ବିଷମକଟକରୁ ୭ ଥର ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଡମ୍ବରୁଧର ଉଲାକାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe