ବିଜେଡିରେ ମିଶିବେ ପ୍ରଦୀପ ମାଝୀ: ପ୍ରେସମିଟରେ କଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

359

କନକ ବ୍ୟୁରୋ: ବିଜେଡିରେ ସାମିଲ ହେବା ନେଇ ପ୍ରଦୀପ ମାଝୀଙ୍କ ଘୋଷଣା । କହିଲେ, ଖୁବଶୀଘ୍ର ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେବି । ପ୍ରେସମିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା ମଧ୍ୟ କରିଛନ୍ତି । ପ୍ରଦୀପ ମାଝୀଙ୍କ ସହ ଅନ୍ୟ ନେତାମାନେ ମଧ୍ୟ ବିଜେଡିରେ ଯୋଗ ଦେବେ ବୋଲି ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି ।

ପ୍ରେସମିଟରେ ପ୍ରଦୀପ ମାଝୀ କହିଛନ୍ତି, କଂଗ୍ରେସରେ ରହିଲେ କୌଣସି ଉନ୍ନତି ହେବ ନାହିଁ । ଗରିବ କଲ୍ୟାଣକାରୀ କାମ କରୁଛି ବିଜେଡି । ଅବିଭକ୍ତ କୋରାପୁଟର ଲୋକଙ୍କ ପାଇଁ ଆହୁରି ଉନ୍ନତି ହେବ । ବିଜେଡିରେ ମିଶି ମୁଖ୍ୟମନ୍ତ୍ରୀଙ୍କ ମୁଠାକୁ ଆହୁରି ଶକ୍ତିଶାଳୀ କରିବୁ । ଆମ ପଛୁଆ ଜିଲ୍ଲାର ଉନ୍ନତି କରିବାକୁ ଆମକୁ ବିଜେଡି ସହଯୋଗ କରିବ । କାରଣ କଂଗ୍ରେସ ଆଉ ସରକାରଙ୍କୁ ଫେରିବ ନାହିଁ ।