କନକ ବ୍ୟୁରୋ : ସନ୍ୟାସ ଗ୍ରହଣ କଲେ ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ । ସେବେ ସଂସାର ସୁଖ ଛାଡିଥିଲେ ଏବେ ପରିଜନଙ୍କ ଠାରୁ ବି କାଟିଦେଲେ ସମସ୍ତ ସଂପର୍କ । ନିଜର ଜୀବନଶୈଳୀ ବଦଳାଇବା ସହ ନିଜ ନାମ ବଦଳାଇ ଦେଲେ ବିଜେପିର ଏହି ସାଂସଦ । ଆମେ କହୁଛୁ ବିଜେପି ସାଂସଦ ଉମା ଭାରତୀଙ୍କ କଥା । ସେ ଏବେ ପରିଜନଙ୍କ ଠାରୁ ସମସ୍ତ ସଂପର୍କ କାଟି ବିଶ୍ୱକୁ ନିଜର ପରିବାର ଭାବେ ଗ୍ରହଣ କରିଥିବା କଥା ଘୋଷଣା କରିଛନ୍ତି । ଏନେଇ ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ୧୭ଟି ପୋଷ୍ଟ କରିଛନ୍ତି ଉମା । ଉମା ଭାରତୀ ଏହି ଅବସରରେ ତାଙ୍କ ଗୁରୁଙ୍କ ଦ୍ୱାରା ପଚରାଯାଇଥିବା ୩ ଟି ପ୍ରଶ୍ନ ଓ ତାର ଉତ୍ତରକୁ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।
ଗୁରୁ : ୧୯୭୭ ରେ ଆନନ୍ଦମୟୀ ମାଙ୍କ ଦ୍ୱାରା ପ୍ରୟାଗ କୁମ୍ଭରେ ଦିଆଯାଇଥିବା ବ୍ରହ୍ମାଚାର୍ଯ୍ୟ ଅନୁସରଣ କରିଛନ୍ତି କି ?
ଗୁରୁ : କଣ ପ୍ରତ୍ୟେକ ଗୁରୁପୂର୍ଣ୍ଣମୀରେ ଆପଣ ତାଙ୍କ ପାଖରେ ପହଂଚି ପାରିବେ କି?
ଗୁରୁ : ମଠ ପରମ୍ପରାକୁ ଆଗକୁ ଅନୁସରଣ କରିପାରିବେ ତ ?
ଏହି ପ୍ରଶ୍ନ ଉପରେ ଉମା ଭାରତୀ କହିଛନ୍ତି କି ଗୁରୁଙ୍କର ଏଭଳି ପ୍ରଶ୍ନକୁ ସ୍ୱୀକାର କରିବା ପରେ ସେ ଗୁରୁଙ୍କୁ ମଧ୍ୟ ୩ ଟି ପ୍ରଶ୍ନ ପଚାରିଥିଲେ । ଉମାଙ୍କ ପ୍ରଶ୍ନ ଏଭଳି ଥିଲା ।
ଉମା: କଣ ଆପଣ ଇଶ୍ୱରଙ୍କୁ ଦେଖିଛନ୍ତି କି ?
ଉମା: ମଠ ପରମ୍ପରାରେ ମୋର ଭୁଲ ହୋଇଗଲେ କଣ ମୋତେ ତାଙ୍କର କ୍ଷମାଦାନ ମିଳିବ ?
ଉମା: କଣ ମୋତେ ଏବେଠାରୁ ରାଜନୀତି ଛାଡିବା ଦରକାର କି ?
ଏସବୁ ପରେ ଉମା ଭାରତୀ ଲେଖିଛନ୍ତି ଯେ ଏବେ ମୁଁ ମୋ ପରିବାର ଓ ପରିଜନଙ୍କ ଠାରୁ ସମସ୍ତ ସଂପର୍କ ଛିନ୍ନ କଲି । ମୋ ସଂସାର ଓ ପରିବାର ବହୁତ ବ୍ୟାପକ ହୋଇସାରିଛି । ଏବେ ମୁଁ ସାରା ବିଶ୍ୱ ସମୁଦାୟ ପାଇଁ ଦାଦି ମା ଭାବେ ପରିଚିତ ହେଲି । ଏବେଠାରୁ ମୋ ନିଜର କୌଣସି ପରିବାର ନାହିଁ ।
ଏସବୁ ଭିତରେ ଉମା ଲେଖିଛନ୍ତି କି ସେ ୧୯୯୨ ମସିହାରେ ଅମରକଣ୍ଟକ ଠାରେ ସନ୍ୟାସ ଗ୍ରହଣ କରିଥିଲେ । ମୋ ଗୁରୁ କର୍ଣ୍ଣାଟକ କୃଷ୍ଣ ଭକ୍ତି ସଂପ୍ରଦାୟର ଓଡପୀ କୃଷ୍ଣ ମଠ ପେଜାବର ମଠାର ମଠାଧୀଶ ଅନ୍ତି । ମୋର ଗୁରୁ ବିଶ୍ୱେଶ୍ୱର ତୀର୍ଥ ମହାରାଜ ଦେଶର ସମସ୍ତ ରାଜନୈତିକ ଦଳ ନେତା, ସବୁ ଧର୍ମଗୁରୁଙ୍କ ଆଦର ଓ ଶ୍ରଦ୍ଧା ପାଇଛନ୍ତି । ସେ ୯୬ ବର୍ଷ ବୟସରେ ୨ ବର୍ଷ ପୂର୍ବେ ଦେହତ୍ୟାଗ କରିଛନ୍ତି ।