ଗୁଜୁରାଟର ୪ଥର ମୁଖ୍ୟମନ୍ତ୍ରୀ ଓ ଥରେ ବିଦେଶମନ୍ତ୍ରୀ ହୋଇଥିବା ମାଧବସିଂ ସୋଲଙ୍କିଙ୍କ ୯୪ ବର୍ଷ ବୟସରେ ଦେହାନ୍ତ । ଜାଣନ୍ତୁ କେମିତି ହୋଇଥିଲେ ମୁଖ୍ୟମନ୍ତ୍ରୀ ।

108

କନକ ବ୍ୟୁରୋ : ଗୁଜୁରାଟ ରାଜ୍ୟ;ର ୪ ଥର ମୁଖ୍ୟମନ୍ତ୍ରୀ ରହିଥିବା ତଥା ଥରେ ବିଦେଶମନ୍ତ୍ରୀ ହୋଇଥିବା ମାଧବସିଂ ସୋଲଙ୍କିଙ୍କର ଆଜି (ଶନିବାର) ୯୪ ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭରତ ସିଂ ସୋଲଙ୍କିଙ୍କ ପିତା ଅଟନ୍ତି   । ବୃତ୍ତିରେ ଓକିଲ ଥିବା ସୋଲଙ୍କି ୧୯୭୭ ମସିହାରେ ପ୍ରଥମଥର ବହୁତ କମ୍ ସମୟ ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ । ସେ ୧୯୮୦ ମସିହାରେ ବହୁମତ ପାଇଥିଲେ । କହିରଖୁ କି ସେ ନରସିଂମା ରାଓ ସରକାରରେ ବିଦେଶ ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ସୋଲଙ୍କି ବହୁମତ ପାଇବାର କାହାଣୀ ଏକ ରୋଚକ କାହାଣୀ ଥିଲା । ସେ କ୍ଷେତ୍ରୀୟ, ହରିଜନ, ଆଦିବାସୀ, ମୁସଲିମ ବା (କେ.ଏଚ୍.ଏ.ଏମ୍) ମାଧ୍ୟମରେ କ୍ଷମତା ହାସଲ କରିଥିଲେ । ସେ ୧୯୮୦ ମସିହା ନିର୍ବାଚନ ପୂର୍ବରୁ (କେ.ଏଚ୍.ଏ.ଏମ୍) ମେଣ୍ଟ ର ଶୁଭ ଦେଇଥିଲେ । ଏହାର ପ୍ରଭାବ ଏତେ ମାତ୍ରାରେ ପ୍ରଭାବଶାଳୀ ଥିଲା କି ସେହି ନିର୍ବାଚନ ସମୟରେ ପଟେଲ, ବ୍ରାହ୍ମଣ ଓ ବଣିଆ ସଂପ୍ରଦାୟର ଲୋକମାନଙ୍କ ହାତରେ ଥିବା ତାକତ୍ ଓବିସି , ଦଳିତ ଓ ଆଦିବାସୀ ମାନଙ୍କ ହାତକୁ ଆସିଯାଇଥିଲା ।

କହିରଖୁ କି ଏହି ନିର୍ବାଚନରେ (କେ.ଏଚ୍.ଏ.ଏମ୍) ର ଶକ୍ତି ଦେଖି ପଟେଲ ସଂପ୍ରଦାୟର ଲୋକମାନେ ବିଜେପି ସଂଗଠନକୁ ବୃଦ୍ଧି କରିବାରେ ସହାୟତା ଦେଇଥିଲେ । କୁହାଯାଏ କି, ଏହି ସମୟରୁ ଗୁଜୁରାଟରେ ଜାତି ଆଧାରରେ ରାଜନୀତି ଆରମ୍ଭ ହୋଇଥିଲା । ୧୯୮୧ ମସିହାରେ ପଟେଲ ସଂପ୍ରଦାୟ ନେତୃତ୍ୱରେ ଓବିସି ମାନଙ୍କୁ ଆରକ୍ଷଣ ଦେବା ବିରୋଧରେ ୨ ମାସ କାଳ ଆନ୍ଦୋଳନ କରିଥିଲେ । ମାତ୍ର ସେହି ସମୟରେ ପ୍ରଧାନମନ୍ତ୍ରୀ ଥିବା ଇନ୍ଦିରା ଗାନ୍ଧୀ ସୋଲଙ୍କିଙ୍କୁ ସମର୍ଥନ ଦେଇଥିଲେ ।