କନକ ବ୍ୟୁରୋ: ହରିଆଣା ସରକାରରେ ନେତୃତ୍ୱ ପରିବର୍ତନ ପରେ ଶାସକ ଦଳରେ ବିଦ୍ରୋହ ଆଶଙ୍କା । ମନୋହର ଲାଲ ଖଟ୍ଟରଙ୍କ ଘନିଷ୍ଠ ସହଯୋଗୀ ନୟାବ ସିଂହ ରାଜ୍ୟର ୧୨ ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେ ଆଜି ୫ ଜଣ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରିଛନ୍ତି । କିନ୍ତୁ ମନୋହର ସରକାରରେ ଗୃହମନ୍ତ୍ରୀ ଥିବା ଅନୀଲ ଭିଜ୍ ଶପଥ ଗ୍ରହଣ ଉତ୍ସବକୁ ଆସିନଥିଲେ । ଏପରି କରି ସେ ବିଜେପି ଓ ମନୋହର ଲାଲଙ୍କୁ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି ।
ଏଥିସହ ଅନିଲ ଭିଜ୍ ବିଦ୍ରୋହୀ ହୋଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଛି । କାରଣ ଶପଥ ଗ୍ରହଣ ପୂର୍ବରୁ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ନୟାବ ସାଇନିଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦିଆଯାଇଥିବା ବେଳେ ଅନିଲ ଭିଜ୍ ବୈଠକ ଛାଡ଼ି ନିଜ ଘର ଅମ୍ବାଲା ପଳାଇ ଆସିଥିଲେ । ଏହାପରେ ଅନିଲ ଭିଜଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଚର୍ଚ୍ଚା ହୋଇଥିଲା । ଶେଷ ମୁହୂର୍ତ୍ତରେ ଅନୀଲ ଭିଜଙ୍କୁ ବୁଝାଇବାକୁ ଚେଷ୍ଟା ହୋଇଥିଲେ ମଧ୍ୟ ସେ ରାଜି ହୋଇନଥିଲେ । ଏହାପରେ ଶପଥ ସମାରୋହକୁ ବର୍ଜନ କରିଥିଲେ । ଏବେ ଦେଖିବାକୁ ବାକି ରହିଲା ଅନୀଲ ଭିଜଙ୍କ ବିଦ୍ରୋହ କେତେ ଦୂର ଯିବ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/11111-1.jpg)