କନକ ବ୍ୟୁରୋ : ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଇ ପାହାଡିଆଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ପାହାଡିଆଙ୍କ ମୃତ୍ୟୁପରେ ରାଜସ୍ଥାନ ସରକାର ରାଜ୍ୟରେ ଗୋଟିଏ ଦିନ ପାଇଁ ରାଜକୀୟ ଶୋକ ଘୋଷଣା କରିଛନ୍ତି । ଏହି କ୍ରମରେ ଆଜି ରାଜସ୍ଥାନରେ ରାଷ୍ଟ୍ରୀୟ ପତାକା ଗୋଟିଏ ଦିନ ପାଇଁ ଅର୍ଦ୍ଧ ନମିତ ରହିବ । ସବୁ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି । ଏହାସହ ମନ୍ତ୍ରୀପରିଷଦ ବୈଠକରେ ଶୋକ ସଭା କରାଯିବ । ଅନ୍ୟପଟେ ପାହାଡିଆଙ୍କ ମୃତ୍ୟୁରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନେକ ରାଜନେତା ଶୋକ ପ୍ରକାଶ କରିଛନ୍ତି ।
Rajasthan will observe one day of state mourning in honour of former CM Jagannath Pahadia & the national flag will be flown at half-mast. All govt offices to remain close today. His last rites will be performed with full state honours: CM Ashok Gehlot pic.twitter.com/yITMsIa3Wp
— ANI (@ANI) May 20, 2021
କରୋନାରେ ପ୍ରାଣ ହରାଇଥିବା ୮୯ ବର୍ଷିୟ ଜଗନ୍ନାଥ ପାହାଡିଆ ରାଜସ୍ଥାନରେ ପ୍ରଥମେ ଦଳିତ ଭାବେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପରେ ସେ ବିହାର, ହରିଆଣାରେ ରାଜ୍ୟପାଳ ଭାବେ ବି ଦାୟିତ୍ୱ ତୁଲାଇଛନ୍ତି । ସେ କରୋନାରେ ଆକ୍ରାନ୍ତ ହୋଇ ଗୁଡଗାଓଁ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ସେ ରାଜସ୍ଥାନର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟରେ ମଦ କାରବାରକୁ ବ୍ୟାନ୍ କରିଥିଲେ । ସେ ରାଜ୍ୟରେ ମାତ୍ର ୧୩ ମାସ ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ସେ ୧୯୫୭, ୧୯୬୭. ୧୯୭୧ ଓ ୧୯୮୦ ରେ ୪ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ୪ ଥର ମଧ୍ୟ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।