କନକ ବ୍ୟୁରୋ: କଂଗ୍ରେସରେ ଯୋଗଦେବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଦିଲ୍ଳୀ ସ୍ଥିତ ଏଆଇସିସି ମୁଖ୍ୟ କାର୍ଯ୍ୟାଳୟରେ ସେ ଦଳରେ ଯୋଗଦେବେ । ତାଙ୍କ ନେତୃତ୍ୱରେ କିଛି ଯୁବ ନେତା ମଧ୍ୟ କଂଗ୍ରେସରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଭାରତରେ ଏକତା ବଜାୟ ରଖିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡୋ ଯାତ୍ରାର ସଫଳତା ପରେ ଏବେ ‘ହାଥ୍ ସେ ହାଥ୍ ଯୋଡୋ’ ଯାତ୍ରା ଆରମ୍ଭ ହୋଇଛି । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ବହୁ ଛାମୁଆ ନେତା କଂଗ୍ରେସ ଆଡକୁ ଢଳିଛନ୍ତି । ଆଉ ଏହାରି ଭତରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ନେତୃତ୍ୱରେ କିଛି ଯୁବ ନେତା ମଧ୍ୟ କଂଗ୍ରେସରେ ଯୋଗଦେବାର କାର୍ଯ୍ୟକ୍ରମ ବି ରହିଛି । ତେବେ ପିସିସି ସଭାପତିଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତା ମାନେ ଦିଳ୍ଲୀ ଗସ୍ତରେ ଯାଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଡଗେଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।