ଆଜି ବିଜେପି ଛାଡିବା ନେଇ ଘୋଷଣା କରିପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ । ନିକଟରେ ବିଆରଏସ ମୁଖ୍ୟ କେସିଆରଙ୍କୁ ଭେଟିଥିଲେ ବାପ, ପୁଅ

135

କନକ ବ୍ୟୁରୋ: ଆଜି ବିଜେପି ଛାଡି ପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ପୁଅ ଶିଶିର ଗମାଙ୍ଗ ମଧ୍ୟ ବିଜେପିରୁ ଇସ୍ତଫା ଦେଇପାରନ୍ତି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ବିଧିବଦ୍ଧ ଭାବେ ଘୋଷଣା କରିପାରନ୍ତି ବାପା-ପୁଅ । ଶିଶିର ଗମାଙ୍ଗଙ୍କ ସହ ଗିରିଧର ଗମାଙ୍ଗ ଭାରତ ରାଷ୍ଟ୍ର ସମିତି ବା ବିଆରଏସରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । ଆସନ୍ତା ୨୭ ତାରିଖରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ବିଆରଏସ୍ରେ ଆନୁଷ୍ଠାନିକ ଭାବେ ସାମିଲ ହେବେ ବୋଲି କୁହାଯାଉଛି ।

ସେହିପରି ୪୦ ବର୍ଷ ଧରି ଅଣକଂଗ୍ରେସ ଆଦିବାସୀ ନେତା ଭାବେ କୋରାପୁଟ ଜିଲ୍ଲାର ମଙ୍ଗ ଧରିଥିବା ଜୟରାମ ପାଙ୍ଗି ମଧ୍ୟ ୨୭ ତାରିଖରେ ବିଆରଏସରେ ଯୋଗଦେବା ଏକପ୍ରକାର ନିଶ୍ଚିତ । ୧୦ ଦିନ ତଳେ ବିଆରଏସ୍ ମୁଖ୍ୟଙ୍କୁ ଭେଟିବା ପରେ ରାଜନୈତିକ ଆକଳନ ଆରମ୍ଭ ହୋଇଥିଲା । ହେଲେ ବିଆରଏସରେ ସାମିଲ ହେବା ନେଇ ଦୁଇ ବରିଷ୍ଠ ନେତା ଜୟରାମ ପାଙ୍ଗି ଓ ଗିରିଧର ଗମାଙ୍ଗ ମାପିଚୁପି ପ୍ରତିକ୍ରିୟା ରଖିଥିଲେ । ଶେଷରେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ଏକ ଭିଡିଓ ଜାରି କରିଥିଲେ ଜୟରାମ ପାଙ୍ଗି । ଏଥିରେ ସେ ଆସନ୍ତା ୨୭ ତାରିଖରେ ବିଆରଏସ୍ରେ ଯୋଗଦେବେ ବୋଲି କହିଛନ୍ତି ।