ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଘର ବାହୁଡା । ପୁଣି କଂଗ୍ରେସରେ ସାମିଲ ହେଲେ ଶ୍ରୀକାନ୍ତ ଜେନା

331

କନକ ବ୍ୟୁରୋ : ଦୀର୍ଘଦିନର ବ୍ୟବଧାନ ପରେ ପୁଣି କଂଗ୍ରେସକୁ ଫେରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଦୀର୍ଘ ୬ ବର୍ଷ ପରେ ସେ କଂଗ୍ରେସକୁ ଫେରିଛନ୍ତି । କିଛି କାରଣ ପାଇଁ କଂଗ୍ରେସ ତାଙ୍କୁ ୨୦୧୯ ମସିହାରେ ଦଳରୁ ବହିସ୍କୃତ କରିଥିଲା ।

ରାଜ୍ୟ କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପୁଣି ଦଳକୁ ଫେରିଛନ୍ତି । କଂଗ୍ରେସର ଘଡିସନ୍ଧି ମୂହୁତ୍ୱରେ ତାଙ୍କର ଦଳକୁ ଫେରିବା ନେଇ ଦଳୀୟ କର୍ମୀଙ୍କ ଠାରୁ ନେତା ପର୍ଯ୍ୟନ୍ତ ଖୁସି ଅଛନ୍ତି । କିଛିମାସ ହେବ ଶ୍ରୀକାନ୍ତ ଜେନା ଦଳକୁ ଫେରିବା ନେଇ ଚର୍ଚ୍ଚା ହେଉଥିଲା ।