କନକ ବ୍ୟୁରୋ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ କୋଭିଡ ପଜିଟିଭ ହୋଇଛନ୍ତି । ଦୀର୍ଘଦିନ ଥଣ୍ଡାରେ ପୀଡିତ ପରେ ଅସୁସ୍ଥ ଅନୁଭବ କରିବାରୁ ନମୁନା ପରୀକ୍ଷା ହୋଇଥିଲା । ଆଜି ତାଙ୍କ ରିପୋର୍ଟ ଆସିବା ପରେ ସେ କରୋନା ପଜିଟିଭ ଥିବା ଜଣାପଡିଛି । ତାଙ୍କୁ ଉତ୍ତମ ଚିକିତ୍ସା ପାଈଁ ଆମ୍ବୁଲାନ୍ସରେ ଏମ୍ସ ସ୍ଥାନାନ୍ତର କରାଯାଇଛି । ତାଙ୍କର ଶୁଭେଛୁ ଓ ଦଳୀୟ କର୍ମୀମାନେ ସୁସ୍ଥ ନିରାମୟ ଜୀବନ କାମନା କରିଛନ୍ତି।
କରୋନା ପଜିଟିଭ ହେବା ନେଇ ପ୍ରତାପ ଷଡଙ୍ଗୀ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି, ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଛି । ମୁଁ ଅନୁରୋଧ କରୁଛି, ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ନିଜକୁ ସଂଗରୋଧରେ ରଖନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/10/11-2.jpg)