ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିୟୋଗ ।

849

କନକ ବ୍ୟୁରୋ : ଭଦ୍ରକର ବର୍ଷିଆନ ନେତା ତଥା ୮ ଥର ସାଂସଦ ଥିବା ବରିଷ୍ଠ ବିଜେପି ନେତା ଅର୍ଜୁନ ଚରଣ ସେଠୀଙ୍କର ପରଲୋକ ହୋଇଯାଇଛି । ସେ ପୂର୍ବତନ ଭଦ୍ରକ ଲୋକସଭା ସାଂସଦ ତଥା ପୂର୍ବତନ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଥିବାବେଳେ ୨ ଥର ବିଧାୟକ ମଧ୍ୟ ରହିଆସିଥିଲେ । ସେ ଭଣ୍ଡାରିପୋଖରୀ ଆସନରୁ ୨ ଥର ବିଧାୟକ ଥିବାବେଳେ ବାଜପେୟୀଙ୍କ ସରକାରରେ ୨୦୦୦ ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଜଳସମ୍ପଦ ମନ୍ତ୍ରୀ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।

ସେ ଗୁରୁତର ଭାବେ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଭୁବନେଶ୍ୱରରେ ତାଙ୍କ ସାନପୁଅଙ୍କ ପାଖରେ ରହୁଥିବା ବେଳେ ହଠାତ ତାଙ୍କ ମୁଣ୍ଡ ଘୂରେଇ ଦେଇଥିଲା । ଚେୟାରରେ ବସିଥିବା ବେଳେ ସେ ତଳେ ପଡିଯାଇଥିଲେ । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।