କନକ ବ୍ୟୁରୋ: ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନ ଟି.ଏନ. ଶେଷାନଙ୍କ ପରଲୋକ । ୮୭ ବର୍ଷ ବୟସରେ ଶେଷନଙ୍କର ପରଲୋକ ହୋଇଛି । ସେ ଦେଶର ୧୦ମ ମୁଖ୍ୟ ନିର୍ବାଚନ କମିଶନ ଭାବେ ୧୯୯୦ରୁ ୧୯୯୬ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ । ସେ ତାଙ୍କ କାର୍ଯ୍ୟକାଳ ସମୟରେ ନିର୍ବାଚନ କମିଶନରେ ନିର୍ବାଚନରେ ସ୍ୱଚ୍ଛତା ଆଣିବା ସହ ଅନେକ ସଂସ୍କାର ମୂଳକ ପଦକ୍ଷେପ ନେଇଥିଲେ । ନିର୍ବାଚନ ଆୟୋଗଙ୍କ କ୍ଷମତା ଓ ଭୂମିକା ସମ୍ପର୍କରେ ଚେତାଇ ଦେଇଥିଲେ ।
ଫଳରେ ସେ ଭାରତୀୟଙ୍କ ପାଇଁ ଉଦାହରଣ ପାଲଟି ଯାଇଥିଲେ । ପ୍ରଧାନମନ୍ତ୍ରୀ ନରସିଂହ୍ମା ରାଓଙ୍କଠାରୁ ଆରମ୍ଭ କରି ବିହାରର ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପର୍ଯ୍ୟନ୍ତ ସେ କାହାକୁ ବି ଛାଡିନଥିଲେ । ତାଙ୍କ ସମୟରେ ପ୍ରଥମ ଥର ପାଇଁ ବିହାରରେ ଚାରିଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା । ବିହାରରେ କେତେକ ନିର୍ବାଚନକୁ ରଦ୍ଧ କରିବା ସହ ବୁଥ ଜବରଦଖଲ ରୋକିବା ପାଇଁ ସେଂଟ୍ରାଲ ପୋଲିସ ଫୋର୍ସକୁ ନିୟୋଜିତ କରିଥିଲେ । ଶେଷାନ କେରଳରେ ଜନ୍ମ ହୋଇଥିଲେ । ସେ ୧୯୫୫ ବ୍ୟାଚର ଆଇଏଏସ ଟପର ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/SESANA.jpg)